ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀ ନାଏବ ସାଇନି ହେବେ

ଚଣ୍ଡିଗଡ଼: ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀ  ନାଏବ ସାଇନି ହେବେ। ସେ ପଞ୍ଚକୁଲାର ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ  ବୈଠକରେ ସର୍ବସମ୍ମତି କ୍ରମେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବୈଠକରେ ବିଜେପି ପର୍ଯ୍ୟବେକ୍ଷକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ।

ବୈଠକରେ ଅନୀଲ ବିଜ୍ ଏବଂ କୃଷ୍ଣ ବେଦୀଙ୍କ ଦ୍ୱାରା ସାଇନିଙ୍କ ନାମ ନେଇ ପ୍ରସ୍ତାବ ଆଗତ କରାଯାଇଥିଲା। ସାଇନି ଗୁରୁବାର ପଞ୍ଚକୁଲାରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେବେ।