ଟାଙ୍ଗୀ ବ୍ଲକ୍ ଅଞ୍ଚଳରେ ହାତୀ ଆତଙ୍କ; ଲୋକେ ଭୟଭୀତ
ଧାନ ଖାଇବାକୁ ହାତୀ ଏବେ ବିଲ ମୁହାଁ । ଖୋର୍ଧା ଜିଲ୍ଲାରେ ବୁଲୁଛନ୍ତି ହାତୀ । ଆଜି ଏ ଗାଁରେ ତ କାଲି ଅନ୍ୟ ଗାଁରେ । ଖୋର୍ଦ୍ଧା ବନଖଣ୍ଡରେ ବଢୁଛି ହାତୀ ଉପଦ୍ରବ। ଲୋକେ ଭୟରେ ରାତିରେ ଶୋଇପାରୁନାହାଁନ୍ତି । ଧାନ ଜଗିବାକୁ ରାତି ଉଜାଗର ହେଉଛନ୍ତି ଲେକ ଟାଙ୍ଗୀ ରେଞ୍ଜରେ ୩୦ ଟିକିଆ ହାତୀପଲ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ହାତୀପଲଙ୍କ ଉତ୍ପାତରେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀପଲ ଗତ କିଛି ଦିନ ଧରି ଟାଙ୍ଗୀ ବ୍ଲକ୍ ଅଚ୍ୟୁତପୁର ରାସ୍ତା ପାଖ ନିକଟସ୍ଥ ଜଙ୍ଗଲ ଭିତରରେ ରହିଛନ୍ତି ।
ସ୍ଥାନୀୟ ଜଙ୍ଗଲ ଭିତରେ ହାତୀପଲ ରହିଥିବାରୁ ଅଚ୍ୟୁତପୁର ସମେତ କମାଗୁରୁ, ଛଣଗିରି, ଓଳସିଂହ, ଟାଙ୍କୋଳ, ସରପାରି, ଜଙ୍କିଆ, ରାମେଶ୍ବର, ନିରାକାରପୁର ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତକାଲି ଟାଙ୍କୋଳ- ସରପାରି ରାସ୍ତାରେ ହାତିପଲ ରହିଥିବା ବେଳେ ଆଜି ଅଚ୍ୟୁତପୁରରେ ରାସ୍ତା ପାର ହେଉଥିବା ଘଟଣା ଭୟର ବାତାବରଣ ସୃଷ୍ଟି କରିଛି।