ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ହେଲେ ଦିନେଶ ଗୁଣବର୍ଦ୍ଧେନା

Dinesh Gunawardena is sworn in as the new Prime Minister before President Ranil Wickremesinghe, amid the country's economic crisis, in Colombo, Sri Lanka July 22, 2022. REUTERS/Stringer

ରାଷ୍ଟ୍ରପତି ରାନିଲ୍‌ ବିକ୍ରମସଂଘେ ତାଙ୍କ ନୂତନ କ୍ୟାବିନେଟ୍‌କୁ ଶପଥ ଗ୍ରହଣ କରାଇବା ସମୟରେ ବରିଷ୍ଠ ରାଜନେତା ଶ୍ରୀଲଙ୍କା ରାଜନୀତିର ତୁଙ୍ଗ ନେତା ୭୩ ବର୍ଷିୟ ଦିନେଶ ଗୁଣବର୍ଦେନା ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି। ପୋଦୁଜନ ପେରମୁନା ପାର୍ଟି’ର ନେତା ଦିନେଶ ରାଷ୍ଟ୍ରପତି ବିକ୍ରମସିଂଘେଙ୍କ ଉପସ୍ଥିତିରେ ଶପଥ ନେଇଥିଲେ । ସେନା ଅଧିକାରୀଙ୍କ ସମ୍ମୁଖରେ ସାଂସଦ ଏବଂ ସରକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ନୂଆ ରାଷ୍ଟ୍ରପତି ନୂଆ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାର ଆର୍ଥୀକ ସ୍ଥିତିକୁ କିପରି ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।