ଆଜି ମହାପ୍ରଭୁଙ୍କ ବନକଲାଗି
ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ବନକଲାଗି ଦେଢ଼ ମାସ ବନ୍ଦ ରହିବା ପରେ ଅନୁଷ୍ଠିତ ହେବ। ଗୁରୁବାର ଆଶ୍ବିନ-କୃଷ୍ଣ ଷଷ୍ଠୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି। ପୂର୍ବରୁ ନୀଳାଦ୍ରି ବିଜେ ପରେ ବନକଲାଗିକୁ ନେଇ ବିବାଦ ଦେଖା ଦେଇଥିଲା।