ଢେଙ୍କାନାଳ ଗସ୍ତରେ 5T ସଚିବ

ଢେଙ୍କାନାଳ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ଢେଙ୍କାନାଳର ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉ ମନ୍ଦିର ଯାଇ ଦର୍ଶନ କରିଛନ୍ତି 5T ସଚିବ । ମନ୍ଦିରରେ ଶ୍ରୀକୃଷ୍ଣ, ରୁକ୍ମିଣୀ, ବଳରାମ ଓ ମାଆ ଲକ୍ଷ୍ମୀଙ୍କ ସମେତ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ଏହାସହ ମନ୍ଦିର ଓ ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ଷ୍ଟାଡିଅମ ଯାଇ ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ସଙ୍ଘ ସହ ଆଲୋଚନା କରିଛନ୍ତି 5T ସଚିବ । କ୍ରୀଡ଼ାବିତ ଉତ୍ସାହିତ କରିବା ସହ ନିଜ ଅନୁଭୂତି ବଖାଣିଥିଲେ 5T ସଚିବ । ଭଲ କ୍ରୀଡ଼ାବିତ ହେବାକୁ ପରାମର୍ଶ ଦେଇଛନ୍ତି 5T ସଚିବ । ତାସହ ଭଲ ପାଠ ପଢ଼ିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଅଲିମ୍ପିକ୍ସ ମେଡାଲ ପାଇଁ ଯିଏ ଖେଳନ୍ତି, ସେମାନଙ୍କ ଭିତରେ ଅଲଗା ଯୋଶ ଦରକାର ।  କ୍ରୀଡ଼ାର ବିକାଶ ପାଇଁ ଯାହା ଦରକାର, ରାଜ୍ୟ ସରକାର ତାହା ଯୋଗାଇ ଦେବେ । ଯେଉଁ ସବୁ ଦାବି କରାଯାଇଛି, ତା’ର ସମାଧାନର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।