ଇରାନ ଜବତ କରିଥିବା ଇସ୍ରାଏଲ ଜାହାଜରେ ୧୭ ଭାରତୀୟ

ପୁଣି ଏକ ଯୁଦ୍ଧ ଆଶଙ୍କା ଦେଖାଦେଇଛି । ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦରେ ଫସିଛନ୍ତି ୧୭ ଭାରତୀୟ।  ୟୁଏଇ ଉପକୂଳରୁ ଇରାନ ନୌସେନା ଇସ୍ରାଏଲ ସହ ଜଡ଼ିତ ଗୋଟିଏ ପଣ୍ୟବାହୀ ଜାହାଜକୁ ଜବତ କରିଛନ୍ତି। ଏହାକୁ ସେମାନେ ନିଜ ଅଧୀନରେ ଥିବା ଜଳ ସୀମାକୁ ନେଇ ଯାଇଛନ୍ତି। ଏହି ଜାହାଜରେ ମୋଟ ୨୫ ଜଣ କ୍ରୁ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣ ଭାରତୀୟ ବୋଲି ଜଣାପଡ଼ିଛି। ସେପଟେ ଗତ କିଛି ଦିନ ଧରି ଇରାନ ଭୟଙ୍କର ଆକ୍ରମଣ କରିବାକୁ ଧମକ ଦେଉଛି । ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିବା ପାଇଁ ଇରାନ ରଣନୀତି କରିଥିବା କୁହାଯାଉଛି