ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ହେଲେ ବିକ୍ରମ ସିଙ୍ଘେ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଆଜି କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଗତକାଲି ଇମେଲ୍‌ରେ ଇସ୍ତଫା ଦେବାପରେ ବାଚସ୍ପତି ତାଙ୍କ ଇସ୍ତଫାପତ୍ରକୁ ଆଜି ଗ୍ରହଣ କରିଛନ୍ତି।ଅନ୍ୟପକ୍ଷେ ଆସନ୍ତାକାଲିଠାରୁ ସଂସଦ ଆରମ୍ଭ ହେବ ଏବଂ ୭ ଦିନ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ବାଚସ୍ପତି ମହିନ୍ଦା ୟାପା ଆବେୱାର୍ଦେନା କହିଛନ୍ତି। ଶ୍ରୀଲଙ୍କା ଶାସକ ଦଳ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିବ ବୋଲି ଜଣାପଡ଼ିଛି। ରାନିଲ ବିକ୍ରମସିଂଘେ ଶପଥ ନେବାପରେ କହିଛନ୍ତି, ସେ ସାମ୍ବିଧାନିକ ପ୍ରକ୍ରିୟାକୁ ଅନୁକରଣ କରିବେ ଏବଂ ଦେଶରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବେ। ବିକ୍ରମସିଂଘେ କହିଛନ୍ତି, ଆମେ ସାଂସଦମାନଙ୍କ ପାଇଁ ସ୍ବାଧୀନ ଭାବେ ମତ ରଖିବା ପାଇଁ ବାତାବରଣ ସୃଷ୍ଟି କରିବା ଉଚିତ। ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ମିଳିବା ଦରକାର।