ମଝି ଆକାଶରେ ଝୁଲିଲେ ପର୍ଯ୍ୟଟକ

ମେଟ୍ରୋ ଟିଭି ଓଡିଶା (୨୦.୬.୨୦୨୨)

ପୁଣି କେବଲ୍‌ କାର୍‌ ଦୁର୍ଘଟଣାଗ୍ରସ୍ତ । ହିମାଚଳ ପ୍ରଦେଶର ପରଓ୍ୱାନୁରେ ରେ ଥିବା ଟିମ୍ବର ଟ୍ରେଲରେ ମଝି ଆକାଶରେ ଏକ କେବଲ୍‌ କାର୍‌ ଖରାପ ହୋଇଯାଇଥିଲା । ଫଳରେ ଏଥିରେ ଥିବା ପର୍ଯ୍ୟଟକମାନେ ମଝି ଆକାଶରେ ଝୁଲି ରହିଥିଲେ। ଟିମ୍ବର ଟ୍ରେଲରେ ଥିବା କେବଲ୍‌ କାର୍‌ରେ ଦିଲ୍ଲୀରୁ ଯାଇଥିବା କିଛି ପର୍ଯ୍ୟଟକ ବୁଲିବା ପାଇଁ ବାହାରିଥିଲେ।

ମାତ୍ର ଅଧା ରାସ୍ତାରେ ଏଥିରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହାପରେ ମଝି ଆକାଶରେ ପର୍ଯ୍ୟଟକମାନେ ଫସି ରହିଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ସେନାକୁ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି