ପୁଣି ମହଙ୍ଗା ମାଡ଼: ବଢ଼ିଲା “ସିଏନଜି” ଦାମ୍, ଜାଣନ୍ତୁ କେତେ?
ମେଟ୍ରୋ ଟିଭି ଓଡିଶା (୧୫.୫.୨୦୨୨)
ତେଲ ଓ ଗ୍ୟାସର ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ଥିବା ଲୋକଙ୍କୁ ପୁଣି ମହଙ୍ଗା ମାଡ଼ । ଦିଲ୍ଲୀରେ ସିଏନଜି ଦାମ୍ ପୁଣି ଥରେ ବଢ଼ିଯାଇଛି । ଏବେ ଗ୍ରାହକମାନଙ୍କୁ କିଲୋଗ୍ରାମ ପିଛା ୨ ଟଙ୍କା ଅଧିକ ଦେବାକୁ ପଡିବ ।

ଏହି ବର୍ଦ୍ଧିତ ଦର ରବିବାର ସକାଳ ୬ଟାରୁ ଲାଗୁ ହୋଇଛି । ବର୍ଦ୍ଧିତ ଦରକୁ ମିଶାଇ ଦିଲ୍ଲୀରେ ସିଏନଜି ଏବେ କିଲୋଗ୍ରାମ ପିଛା ୭୩.୬୧ ଟଙ୍କାରେ ବିକ୍ରି ହେଉଛି । ତେବେ ୧ ମାସ ପୂର୍ବରୁ ସିଏନଜି ଦର ବୃଦ୍ଧି ପାଇଥିଲା । କିଲୋଗ୍ରାମ ପିଛା ୨.୫ ଟଙ୍କା ବଢ଼ି ସିଏନଜିର ଦାମ୍ ୭୧.୬୧ ଟଙ୍କା ହୋଇଥିଲା ।ସୂଚନା ଅନୁସାରେ, ନୋଏଡ଼ା, ଗାଜିଆବାଦ, ଗ୍ରେଟର ନୋଏଡ଼ାରେ ସିଏନଜି ଦର କିଲୋଗ୍ରାମ ପିଛା ୭୬.୧୭ ଟଙ୍କାରେ ପହଞ୍ଚିଛି । ସେହିପରି ମୁଜଫରନଗର, ମରେଠ ଓ ସାମଲିରେ ଆଜି କିଲୋଗ୍ରାମ ପିଛା ସିଏନଜି ଦର ୮୦.୮୪ ଟଙ୍କା ହୋଇଛି ।