ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୨୦୨୩ ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ପିରେ ଆଗୋଷ୍ଟିନ, ଫେରେନ୍କ କ୍ରାଉସଜା, ଆନେ ହୁଇଲରଙ୍କୁ ସମ୍ମାନ। ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି।ଆମେରିକା, ଜର୍ମାନୀ, ସ୍ବିଡେନ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଉଛି ଏହି ସମ୍ମାନ ।