ନିର୍ଜନ ଶୀତୁଆ ରାତିର ଫଟୋ ଭାଇରଲ

ଏହି ଫଟୋରେ କୁହୁଡ଼ି ଆଚ୍ଛାଦିତ ସହରଟି ପାଣିରେ ଭାସୁଥିବା ଭଳି ନଜର ଆସୁଛି। ସହରର ବିଭିନ୍ନ କଲର ଫୁଲ ଲାଇଟ୍ ଫଟୋର ସୌନ୍ଦର୍ଯ୍ୟକୁ ବହୁ ଗୁଣିତ କରି ଦେଉଛି। ଇନାଗାକି କହିଛନ୍ତି, ଏହି ଗୋଟିଏ ସ୍ଥାନର ଫଟୋ ଭିନ୍ନ ଭିନ୍ନ ଋତୁରେ ଅଲଗା ଅଲଗା ଆସେ। ଏଣୁ ମୁଁ ସବୁ ଋତୁରେ ଏହି ଗୋଟିଏ ସ୍ଥାନରୁ ଫଟୋ ଉଠାଇ ପରିବର୍ତ୍ତନକୁ ସମସ୍ତଙ୍କୁ ଦେଖାଇବାକୁ ଚାହୁଁଛି ବୋଲି କହିଛନ୍ତି ଇନାଗାକି।