ଭାରତ-ଦକ୍ଷିଣ ଆଫ୍ରିକା ୫ ଦିନିଆ ଟେଷ୍ଟ୍ ୫ ସେସନ୍ରେ ଶେଷ ହୋଇଯିବା ସହ ଏହି ରେକର୍ଡ ହୋଇଛି। ନ୍ୟୁଲାଣ୍ଡ୍ସ କ୍ରିକେଟ୍ ପଡ଼ିଆରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ୱିକେଟ୍ରେ ପରାସ୍ତ କରିଛି। ଏହି ଟେଷ୍ଟ୍ ସବୁଠୁ କମ୍ ସମୟ ମଧ୍ୟରେ ଶେଷ ହେବାରେ କୀର୍ତ୍ତିମାନ କରିଛି। ଉଭୟ ଦଳ ମୋଟ ୬୪୨ ବଲ୍ର ସାମ୍ନା କରିଥିବାବେଳେ ଫଳାଫଳ ବାହାରିଛି। ପୂର୍ବରୁ ଏହି ରେକର୍ଡ ୧୯୩୨ ମସିହାର ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ମ୍ୟାଚ୍ରେ ହୋଇଥିଲା। ଉକ୍ତ ମ୍ୟାଚ୍ରେ ୬୫୬ ବଲ୍ ଖେଳାଯାଇଥିଲା। ତେବେ ନ୍ୟୁଲାଣ୍ଡ୍ସରେ ଦୁଇ ଦିନରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ୨୩ ୱିକେଟ୍ ଝଡ଼ିଥିଲା ବେଳେ ଦ୍ବିତୀୟ ଦିନରେ ୧୦ ୱିକେଟ୍ର ପତନ ହୋଇଥିଲା। ଏହି ବିଜୟ ଦ୍ବାରା ଭାରତ କେପ୍ଟାଉନ୍ରେ ପ୍ରଥମ ବିଜୟ ପାଇଛି। କିନ୍ତୁ ପ୍ରଥମ ଟେଷ୍ଟ୍ରେ ଭାରତ ପରାଜିତ ହୋଇଥିବାରୁ ୩୧ ବର୍ଷ ପରେ ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ଜିତିବା ସ୍ବପ୍ନ ଅଧୁରା ରହିଯାଇଛି।
Trending
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
Prev Post
Next Post