ଭାରତ-ଦକ୍ଷିଣ ଆଫ୍ରିକା ୫ ଦିନିଆ ଟେଷ୍ଟ୍ ୫ ସେସନ୍ରେ ଶେଷ ହୋଇଯିବା ସହ ଏହି ରେକର୍ଡ ହୋଇଛି। ନ୍ୟୁଲାଣ୍ଡ୍ସ କ୍ରିକେଟ୍ ପଡ଼ିଆରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ୱିକେଟ୍ରେ ପରାସ୍ତ କରିଛି। ଏହି ଟେଷ୍ଟ୍ ସବୁଠୁ କମ୍ ସମୟ ମଧ୍ୟରେ ଶେଷ ହେବାରେ କୀର୍ତ୍ତିମାନ କରିଛି। ଉଭୟ ଦଳ ମୋଟ ୬୪୨ ବଲ୍ର ସାମ୍ନା କରିଥିବାବେଳେ ଫଳାଫଳ ବାହାରିଛି। ପୂର୍ବରୁ ଏହି ରେକର୍ଡ ୧୯୩୨ ମସିହାର ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ମ୍ୟାଚ୍ରେ ହୋଇଥିଲା। ଉକ୍ତ ମ୍ୟାଚ୍ରେ ୬୫୬ ବଲ୍ ଖେଳାଯାଇଥିଲା। ତେବେ ନ୍ୟୁଲାଣ୍ଡ୍ସରେ ଦୁଇ ଦିନରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ୨୩ ୱିକେଟ୍ ଝଡ଼ିଥିଲା ବେଳେ ଦ୍ବିତୀୟ ଦିନରେ ୧୦ ୱିକେଟ୍ର ପତନ ହୋଇଥିଲା। ଏହି ବିଜୟ ଦ୍ବାରା ଭାରତ କେପ୍ଟାଉନ୍ରେ ପ୍ରଥମ ବିଜୟ ପାଇଛି। କିନ୍ତୁ ପ୍ରଥମ ଟେଷ୍ଟ୍ରେ ଭାରତ ପରାଜିତ ହୋଇଥିବାରୁ ୩୧ ବର୍ଷ ପରେ ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ଜିତିବା ସ୍ବପ୍ନ ଅଧୁରା ରହିଯାଇଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post