Uncategorized ଜମତାରା ଗ୍ୟାଙ୍ଗର ଦୁଇ ଗିରଫ Last updated Feb 14, 2022 ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨):ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଜମତାରା ଗ୍ୟାଙ୍ଗର ଦୁଇ ଠକ । ଦୁଇଜଣଙ୍କୁ ଗିରିଢ଼ିରୁ ଗିରଫ କଲା ସ୍ପେଶାଲ୍ ସ୍କ୍ୱାର୍ଡ । କେୱାସି ଅପଡେଟ କରିବା ନାଁରେ ୬୬ ଲକ୍ଷ ଠକି ଥିଲା ୨ ଜଣିଆ ଗ୍ୟାଙ୍ଗ । ଝାଡ଼ଖଣ୍ଡରେ ରହି ଓଡ଼ିଶା ଲୋକଙ୍କ ଆକାଉଣ୍ଟରୁ ଲୁଟି ଥଲେ ଟଙ୍କା । ଏନେଇ ସୂଚନା ଦେଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ସୂଚନା ଯୋଗ୍ୟ ଯେ, ପ୍ରଥମେ ଗ୍ରାହକଙ୍କ ସହ କଥା ହୋଇ ବିଶ୍ୱାସଭାଜନ ହେବା ପରେ ଚତୁରତାର ସହ ଠକୁଛି ଜମତାରା ଗ୍ୟାଙ୍ଗ । ବିଭିନ୍ନ ପ୍ରକାର ଟେକନିକ୍ ବ୍ୟବହାର କରି ଲୋକଙ୍କଠାରୁ ଡାଟା ନେଇ ଠକୁଛି ଗ୍ୟାଙ୍ଗ । ଏ ସମ୍ପର୍କିତ ଏକ ଭିଡିଓ ଜାରି କରିବା ସହ ଫୋନ୍ ଯୋଗେ କୌଣସି ବ୍ୟାଙ୍କ ଡିଟେଲ୍ସ ମାଗୁଥିବା ଲୋକଙ୍କୁ ଡାଟା ନଦେବାକୁ ପରାମର୍ଶ ଦେଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।ଏହି ଜମତାରା ଗ୍ୟାଙ୍ଗ ପ୍ରଥମେ ଗ୍ରାହକଙ୍କୁ କଲ୍ କରି ବ୍ୟାଙ୍କର କର୍ମଚାରୀ ବୋଲି କହୁଛନ୍ତି । କଲ୍ କରି ଗ୍ରାହକଙ୍କ ବ୍ୟାଙ୍କ ଖାତା ବନ୍ଦ ହୋଇଯାଇଛି, ଖାତା ଚାଲୁ କରିବାର ଅଛି କି ବୋଲି କହୁଛନ୍ତି । ଏହାର କିଛି ସମୟ ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଫୋନ ଦେଉଛି ବୋଲି ସାଇବର ଠକ କହୁଛି । ଏହା ପରେ ଅନ୍ୟ ଜଣେ ଠକ ନିଜକୁ ବ୍ୟାଙ୍କ ମ୍ୟାନେଜର କହି କଥା ହେଉଛି ଏବଂ କେୱାସି ଅପଡେଟ କରିବାକୁ ଗ୍ରାହକଙ୍କୁ କହୁଛି । କେୱାସି ଅପଡେଟ କରିବାକୁ ଗ୍ରାହକଙ୍କୁ ତାଙ୍କ ଏଟିଏମ୍ କାର୍ଡର ୧୬ ଟିକିଆ ନମ୍ବର ମାଗୁଛନ୍ତି । ଏହା ପରେ ଏହି ଏଟିଏମ କାର୍ଡର ଏକ୍ସପାରି ନମ୍ବର ଅଛି କି ନାହିଁ ତାହା ପଚାରୁଛନ୍ତି । ଏହା ପରେ ଗ୍ରାହକଙ୍କୁ ଏକ କୋର୍ଡ ମାଗୁଛନ୍ତି । ଗ୍ରାହକ ସାଇବର ଠକଙ୍କୁ କୋର୍ଡ ଦେବା ପରେ ଠକ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି । Share