ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଖୋଲାଯିବ
ରତ୍ନଭଣ୍ଡାର ନିଶ୍ଚିତ ଖୋଲା ଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି। ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍ଲାଇନ୍ ବିଭାଗ ପକ୍ଷରୁ ଜଣାଇ ଦିଆଯିବ।ଖୁବ ଶୀଘ୍ର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି ନିଆଯିବ ଓ ରତ୍ନ ଅଳଙ୍କାର ଗଣତି କରାଯିବ। ଆଜି ଲୋକସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଅବସରରେ ସେ ଏଭଳି ସୂଚନା ଦେଇଛନ୍ତି। ଅଗଷ୍ଟ ପ୍ରଥମ ସପ୍ତାହରେ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବି ଆଇନ ମନ୍ତ୍ରୀ କହିଛନ୍ତି।