କେନ୍ଦ୍ର ସରକାରଙ୍କ ତାଳଟୁଳ ନୀତି ବିରୋଧରେ ବର୍ଷିଲେ ବର୍ଷା ସିଂ ବରିହା

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ତାଳଟୁଳ ନୀତି ବିରୋଧରେ ବର୍ଷିଲେ ପଦମପୁର ବିଧାୟିକା ବର୍ଷା ସିଂ ବରିହା । ପଦମପୁର ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ମାତ୍ର ଏନେଇ ସେ କୌଣସି ପଦକ୍ଷେପ ନେଇନାହାନ୍ତି । ନିର୍ବାଚନ ସମୟରେ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ରାଜନୀତି କରାଯାଉଛି  । ପଶ୍ଚିମ ଓଡ଼ିଶାରୁ ୫ ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି । ହେଲେ କେନ୍ଦୁପତ୍ରରୁ ଜିଏସଟି ହଟାଇବାକୁ କାହିଁକି ସଂସଦରେ ଦାବି କରୁନାହାନ୍ତି । ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କେନ୍ଦୁପତ୍ର ତୋଳାଳି ସଂଘର ସଭାପତି ଥାଇ କଣ କରିଛନ୍ତି ବୋଲି ବର୍ଷା ପ୍ରଶ୍ନ କରିଛନ୍ତି  । କେନ୍ଦୁପତ୍ର ଉପରେ ୧୦ ଲକ୍ଷ ହିତାଧିକାରୀ ନିର୍ଭରଶୀଳ  । ଏଣୁ ଏହା ଉପରୁ ଜିଏସଟି ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିଛନ୍ତି  ।