Uncategorized ଆଜି ସନ୍ଧ୍ୟାରେ ସରିବ ପ୍ରଚାର Last updated Feb 14, 2022 ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଆଜି ସନ୍ଧ୍ୟାରେ ସରିବ ପ୍ରଚାର। ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୧୬ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଆଜି ସନ୍ଧ୍ୟା ଠାରୁ ପ୍ରଚାର ବନ୍ଦ ରହିବ। ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ ଡାକବାଜି ଯନ୍ତ୍ର ଦ୍ୱାରା ଗାଁରେ ପ୍ରଚାର କରିପାରିବେ ନାହିଁ। ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତି ରାଜନୈତିକ ଦଳର ନେତା ଏବଂ ପ୍ରଚାର କାର୍ଯ୍ୟରେ ନିୟୋଜିତ କର୍ମୀ ସଂପୃକ୍ତ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ରହିଛି। ପ୍ରଥମ ପର୍ଯ୍ୟାୟ ମତଦାନ ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୨ ଜିଲ୍ଲା ପରିଷଦ ଆସନରେ ମତଦାନ ହେବ । ସେହିପରି ୧୬୬୯ ପଞ୍ଚାୟତରେ ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର । ଆଜିଠୁ ବୁଥ୍ ଯିବେ ପୋଲିଂ ପାର୍ଟି । ବାଲଟ୍ ପେପର୍ ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାସ୍ତରରେ ଘନ ଘନ ବୈଠକ ବସୁଛି । ପୋଲିସ ଚଳାଇଛି ଫ୍ଲାଗମାର୍ଚ୍ଚ । Share