ଭାରତରେ ଉତ୍ପାଦନ ହେଉଛି ଆଇଫୋନ୍ ୧୬
ନୂତନ ଭାବେ ଉନ୍ମୋଚନ ହୋଇଥିବା ଆଇଫୋନ୍ ୧୬ର ୧୨୮ ଜିବି ଦାମ୍ ୭୯,୯୦୦ ଟଙ୍କା ଥିବା ବେଳେ ଆଇଫୋନ୍ ୧୬ ପ୍ଲସ୍ର ଦାମ୍ ୮୯,୯୦୦ ଟଙ୍କା ରହିଛି। ଆଇଫୋନ୍ ୧୬ ପ୍ରୋର ୧୨୮ ଜିବି ମଡେଲ୍ ଦାମ୍ ୧,୧୯,୯୦୦ ଟଙ୍କା ଓ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ ଦାମ୍ ୧,୪୪,୯୦୦ ଟଙ୍କା ରହିଛି। ଭାରତ ପାଇଁ ଆଉ ଏକ ବଡ଼ ଉପଲବ୍ଧି ହେଉଛି ଆଇଫୋନ୍ ୧୬କୁ ଭାରତରେ ଉତ୍ପାଦନ କରାଯାଉଛି। ଆସନ୍ତା ୧୦-୧୨ ଦିନରେ ତାହା ବିଶ୍ବର ବିଭିନ୍ନ ଦେଶରେ ବିକ୍ରି ହେବ ବୋଲି ଆଶା କରାଯାଉଛି। ଫକ୍ସକନ୍ ତରଫରୁ ଭାରତରେ ଆଇଫୋନ୍ ୧୬ ତିଆରି କରାଯାଉଛି। ଆପଲ୍ର ୧୪ ପ୍ରତିଶତ ଆଇଫୋନ୍ ଭାରତରେ ତିଆରି ହେଉଛି। ସେହି ହାରକୁ ୨୦୨୫ ସୁଦ୍ଧା ୨୫ ପ୍ରତିଶତ ବଢ଼ାଇବା ଓ ଚୀନ୍ ଉପରେ ନିର୍ଭରଶୀଳତା କମ୍ କରିବା ଉପରେ ଆପଲ୍ କାମ କରୁଛି।