ଗାଈ ପିନ୍ଧୁଛି ଚଷମା

ଗାଈ ପିନ୍ଧୁଛି ଚଷମା

ମେଟ୍ରୋ ଟିଭି ଓଡିଶା,୧୩/୧: ଘରେ ଗାଈ,ମଇଁଷି ଆଦି ରଖୁଥିବା ଲୋକ ମାନେକେସମାନଙ୍କ ଗୃହପାଳିର ପଶୁ କିପରି ଅଧିକରୁ ଅଧିକ କ୍ଷୀର ଦେବେ ସେଥିପ୍ରତି ଧ୍ୟାନ ଦିଅନ୍ତି । ଏଥିପାଇଁ ସେମାନେ ନିଜର ଗୃହପାଳିତ ପଶୁଙ୍କୁ ଅଧିକରୁ ଅଧିକ ଖାଇବାକୁ ଦେଇଥାନ୍ତି । ଦାନା,ଚାରା କୁଟା ଆଦି ଦେଇଥାନ୍ତି । କିନ୍ତୁ ସବୁ ପଶୁପାଳକ ଏହି ସବୁ ଖାଇବା ଦେଇପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ତୁର୍କିର ଜଣେ ପଶୁପାଳକ ଏକ ଭିନ୍ନ ପନ୍ଥା ଆପଣେଇଛନ୍ତି । ସେ ତାଙ୍କ ଗାଇକୁ ଏକ ଭିର୍ଚୁଆଲ ରିଅଲିଟି ଚଷମା ପିନ୍ଧାଇଛନ୍ତି । ଯାହାକୁ ପିନ୍ଧିବା ପରେ ଗାଇଟି ଘର ସମ୍ମୁଖରେ ଏକ ଖୁଣ୍ଟରେ ବନ୍ଧା ହୋଇଥିଲେ ସୁଦ୍ଧା ଖୋଲା ପଡିଆରେ ଘାସ ଚରିଲା ଭଳି ଅନୁଭବ କରୁଛି ।
ଏହା କରିବା ପରେ ତାଙ୍କ ଗାଇ ୫ଲିଟରରୁ ଅଧିକ କ୍ଷୀର ଦେଉଛି । ଅକ୍ସାରାଇ ସହରର ବାସିନ୍ଦା କୃଷକ ଇଜ୍ଜତ କୋକାକ ଏପରି କରିଛନ୍ତି । ସେ ତାଙ୍କ ଗାଈକୁ ଏହି ଭିଅଅର ଚଷମା ପିନ୍ଧାଇଛନ୍ତି ।ଷେସ କହିଛନ୍ତି ଏହି ଚଷମା ପିନ୍ଧିବା ପରେ ତାଙ୍କ ଗାଈ ଅଧିକ କ୍ଷୀର ଦେବାକୁ ଆରମ୍ଭ କଲା ।ସେ ଏହା ସବୁ କୃଷକଙ୍କୁ କରିବାକୁ କହିଛନ୍ତି । ଏହା ଦ୍ୱାରା ତାଙ୍କ ଗାଈ ୨୨ଲିଟର ବଦଖରେ ୨୭ଲିଟର କ୍ଷୀର ଦେଉଛି ।