ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅରୁଣାଚଳ ସୀମାରେ ଭାରତ-ଚାଇନା ସଂଘର୍ଷକୁ ନେଇ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ସେ ନିନ୍ଦା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏହାକୁ ନେଇ ରାଜନୀତି ସରକାର ଏବଂ ବିରୋଧୀଙ୍କ ମଧ୍ୟ ତର୍କ ବିତର୍କ ଚାଲିଛି । ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟସଙ୍କର କଡ଼ା ସମାଲୋଚନା କରି କହିଛନ୍ତି ଯେ, ଭାରତ ଏବେ ଯେପରି ଚାଇନା ସୀମାରେ ସୁରକ୍ଷା ବଳ ନିୟୋଜିତ କରିପାରିଛି ତାହା ଆଗରୁ ସେମିତି ହୋଇନଥିଲା । ଚାଇନା ସେନାକୁ ମୁକାବିଲା ପାଇଁ ସୀମାରେ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ପୂର୍ବ ସରକାର ସମୟରେ କଣ ହୋଇଥିଲା ତାହା କଂଗ୍ରେସ ନେତାମାନେ ଭଲ ଭାବେ ଜାଣିଛନ୍ତି । ୨୦୨୦ରୁ ଭାରତ ବ୍ୟାପକ ଭାବେ ସୀମାରେ ସୁରକ୍ଷାବାହିନୀଙ୍କୁ ମୁତୟନ କରିଛି। ସୀମାରେ ସେନା କିପରି କାମ କରୁଛି ତାହା ସେନା ହିଁ ଜାଣିଛି । ରାହୁଲ ଗାନ୍ଧୀ ସୀମାକୁ ଯାଇ ପ୍ରଥମେ ସେନା କିପରି କାମ କରୁଛି ଦେଖନ୍ତୁ ପରେ ସେନାର କାମ କୁ ନେଇ ବକ୍ତବ୍ୟ ଦିଅନ୍ତୁ । ଏହା ସହ ଜୟଶଙ୍କର କହିଛନ୍ତି ରାଜନୀତି ହେଉଛି ରାଜନୀତି। ରାହୁଲ କଣ କୁହନ୍ତି ସେ ମଧ୍ୟ ଜାଣନ୍ତି ନାହିଁ । ସୀମାରେ ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ଅଛି ଏହା ସାରା ଦେଶବାସୀ ଜାଣିଛନ୍ତି । ଶତ୍ରୁ ରାଷ୍ଟ୍ର ପକ୍ଷରୁ ଯେକୌଣସି କାର୍ଯ୍ୟକାଳାପକୁ ମୁକାବିଲା କରୁଛନ୍ତି ଭାରତୀୟ ସୈନ୍ୟ । ଚାଇନା ସୀମାରେ ଅନୁପ୍ରବେଶକୁ ଜବାବ ଦେବାକୁ ସେନା ପ୍ରସ୍ତୁତ ରହିଛି । ରାହୁଲ ଗାନ୍ଧି କହିଥିଲେ ଯେ, ରାହୁଲ ଗାନ୍ଧି କହିଥିଲେ ଯେ, ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, କିନ୍ତୁ ଭାରତ ସରକାର ଶୋଇଛି। ସୈନିକମାନେ ମାଡ଼ ଖାଉଛନ୍ତି ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Next Post