ଡ୍ରାଇଭର ମହାସଂଘ ଧାରଣା : ପରୀକ୍ଷାର୍ଥୀ ଚିନ୍ତାରେ

 ବିଭିନ୍ନ ଦାବି ପୂରଣ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତା କାଲି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବ। ମାର୍ଚ୍ଚ ୧୫ଠାରୁ ଆରମ୍ଭ ହେବାକୁ ଥିବା ଏହି ଆ‌ନ୍ଦୋଳନ ପାଇଁ ‌ମହାସଂଘ ଚେତାବନୀ ଦେଇଛି। ଯାହା କୁ ନେଇ ଚାରିଆଡେ ଚର୍ଚା । ଆସନ୍ତାକାଲି ଦଶମ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।   ଏହି ଆନ୍ଦୋଳନ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଡ୍ରାଇଭର ସଂଘ ସହ ଆଲୋଚନାକୁ ଆମେ ଗୁରୁତ୍ବର ସହ ନେଉଛୁ। ଏହାକୁ ସଫଳ କରିବାକୁ ଚେଷ୍ଟା କରୁଛୁ। ଡ୍ରାଇଭରଙ୍କ ପାଇଁ ଆମେ ସକରାତ୍ମକ ଚିନ୍ତାଧାରା ରଖିଛୁ। ପରୀକ୍ଷାର୍ଥୀଙ୍କ କୌଣସି ଅସୁବିଧା ନହେବା ପାଇଁ ମୁଁ ଡ୍ରାଇଭରମାନଙ୍କୁ ଅନୁରୋଧ କରୁଛି। ତେବେ ପୋଲିସ ପକ୍ଷରୁ କୁହାଯାଇଛି ଆଇନକୁ ହାତକୁ ନେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।