ଇତିହାସ ସୃଷ୍ଟି କରିଛି ଇସ୍ରୋ । ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ ଏହାର ପ୍ରଥମ ଛୋଟ ସାଟେଲାଇଟ୍ ‘ଏସଏସଏଲଭି-ଡି୧’ ଉତକ୍ଷେପଣ କରି ଇସ୍ରୋ ଇତିହାସ ସୃଷ୍ଟି କରିଛି । ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ପ୍ରଦର୍ଶିତ ପରଦାରୁ ଏହା ଦେଖାଯାଇଛି ଯେ ଦୁଇଟି ଉପଗ୍ରହ – ଆର୍ଥ ଅବଜରଭେସନ୍ ସାଟେଲାଇଟ୍ ଏବଂ ଆଜାଦି ସାଟେଲାଇନ ପୂର୍ବ ଯୋଜନା ଅନୁଯାୟୀ ଅଲଗା ହୋଇ ନିଜ ନିଜ ସ୍ଥାନରେ ସୂରକ୍ଷିତ ଭାବେ କାର୍ଯ୍ୟ କରୁଛି ।
‘ଏସଏସଏଲଭି-ଡି୧’ ୭୫୦ ଜଣ ଛାତ୍ରଙ୍କ ଦ୍ୱାରା ନିର୍ମିତ କରାଯାଇଛି । ‘ଏସଏସଏଲଭି-ଡି୧’ ହେଉଛି ଦେଶର ସବୁଠାରୁ ଛୋଟ ରକେଟ୍ । ୧୧୦ କିଲୋଗ୍ରାମ ଏସଏସଏଲଭି ଏକ କଠିନ ରକେଟ୍ ହୋଇଥିବା ବେଳେ ଏହା ତିନି-ପର୍ଯ୍ୟାୟ ବିଶିଷ୍ଟ । ଏହାକୁ ମାତ୍ର ୭୨ ଘଣ୍ଟା ମଧ୍ୟରେ ଏକତ୍ର କରାଯାଇପାରିବ । ହେଲେ ଅନ୍ୟତ୍ର ଯାନ ଗୁଡ଼ିକ ପ୍ରାୟ ଦୁଇମାସ ସମୟ ନେଇଥାଏ |
ଦେଶର କ୍ଷୁଦ୍ରତମ ରକେଟର ଉତକ୍ଷେପଣ ସଫଳ ହୋଇଥିଲା । କିନ୍ତୁ ମିଶନର ଶେଷ ପର୍ଯ୍ୟାୟରେ ବୈଜ୍ଞାନିକମାନେ ନିରାଶ ହୋଇଥିଲେ । ଏହାକୁ ନେଇ ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ କହିଛନ୍ତି ଯେ ‘ଏସଏସଏଲଭି-ଡି୧’ ସମସ୍ତ ପର୍ଯ୍ୟାୟରେ ଆଶା କରାଯାଉଥିବା ପରି ପ୍ରଦର୍ଶନ କରିଛି । ଉପଗ୍ରହକୁ କକ୍ଷପଥରେ ମଧ୍ୟ ରଖିଛି । କିନ୍ତୁ ମିଶନର ଅନ୍ତିମ ପର୍ଯ୍ୟାୟରେ, ଉପଗ୍ରହ ସହିତ ଯୋଗାଯୋଗ ନଷ୍ଟ ହେତୁ କିଛି ତଥ୍ୟ ହଜିଯାଉଛି ।