ପାଖେଇ ଆସୁଛି ଗୁଜରାଟ ନିର୍ବାଚନ। କିଛି ଏକଜିଟ ପୋଲ ବିଜେପି ସରକାର ବହୁମତ ହାସଲ କରିବ କହୁଥିବା ବେଳେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବ ବୋଲି କହୁଛନ୍ତି । ଏହାରି ଭିତରେ ରାଜ୍ୟରେ ପ୍ରଚାର ଜୋରସୋରରେ ଚାଲିଛି । ବିଜେପି ପ୍ରତି ଲୋକଙ୍କ ମୁଡ ଥିବାବେଳେ ଆପ ପକ୍ଷରୁ ମାଗଣା ଯୋଜନା ଉପରେ ପ୍ରଚାର ପ୍ରସାର କରାଯାଉଛି । ଚାରିଆଡେ ଏହାକୁ ନେଇ ପ୍ରସ୍ତୁତି ମଧ୍ୟ ଜୋରସୋର୍ରେ ଚାଲିଛି। ସମସ୍ତ ରାଜନୈତିକ ଦଳ ମଧ୍ୟରେ ନିର୍ବାଚନକୁ ନେଇ ହଲଚଲ ଜାରି ରହିଛି। ସମସ୍ତେ ନିର୍ବାଚନ ତାରିଖ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି। ଏହାରି ଭିତରେ ଗତଥର ଭଳି ଚଳିତ ଥର ମଧ୍ୟ ଗୁଜରାଟ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ ବୋଲି ଚର୍ଚା ହେଉଛି । ଏଥିସହ ନଭେମ୍ବର ୧ରେ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟ ବିଧାନସଭାର ୧୮୨ଟି ସିଟ୍ ପାଇଁ ନିର୍ବାଚନ ହେବ। ନିର୍ବାଚନ ତରିଖ ଘୋଷଣା ହେବା ପରେ ଗୁଜରାଟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। ତାହା ପୂର୍ବରୁ ଘନ ଘନ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ବିଭିନ୍ନ ପ୍ରକଳ୍ପ ଘୋଷଣା କରିବାରେ ଲାଗିଛନ୍ତି ।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ