ଚନ୍ଦ୍ରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି ଚୀନ: ନାସା ବୈଜ୍ଞାନିକ

ମହାକାଶରେ ଚୀନ ଏବେ ଖେଳ କରୁଛି । ମହାକାଶରେ ଚୀନ ଅନ୍ୟ ଦେଶକୁ ଚକମା ଦେବା ପାଇଁ କାମ କରୁଥିବା ବେଳେ ଏବେ ଚନ୍ଦ୍ର ଉପରେ ଆଖି ପକାଇଛି । ଖାଲି ଆଖି ପକାଇନି ଆଗାମୀ ଦିନରେ କିପରି ଚନ୍ଦ୍ରକୁ କବଜା କରିବ ସେ ନେଇ ଚାଇନା ବୈଜ୍ଞାନିକମାନେ କାମ ଆରମ୍ଭ କରିଦେଇଥିବା ନାସା ମୁଖ୍ୟ ନେଲସନ ଅଭିଯୋଗ କରିଛନ୍ତି ।

ଚୀନ ଏବେ ମହାକାଶକୁ ଚନ୍ଦ୍ରକୁ କବଜା କରିବା ପାଇଁ ଚେଷ୍ଟା ଚାଲୁ ରଖିଛି । ଏହାକୁ ଅତି ଗୋପନୀୟ ଭାବେ କରୁଛି ଚୀନ । ଏପରିକି ମହାକାଶରେ କାର୍ଯ୍ୟ କରୁଥିବା ଅନ୍ୟ ଦେଶର ଉପଗ୍ରହକୁ କିପରି ନଷ୍ଟ କରିହେବ ସେ ବିଷୟରେ ଗବେଷଣା କରୁଛି ଚୀନ । ଖାଲି ସେତିକି ନୁହେଁ ବର୍ଷ ବର୍ଷ ଧରି  ଚୀନ୍‌ର ମହାକାଶ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବେ ସାମରିକ କାର୍ଯ୍ୟକ୍ରମ ବୋଲି ନେଲସନ ଅଭିଯୋଗ କରିଛନ୍ତି।

ନେଲସନ ଆହୁରି କହିଛନ୍ତି ଯେ ମହାକାଶକୁ  ନିଜ ନିୟନ୍ତ୍ରଣକୁ ନେବାପାଇଁ ଚୀନ କିଛି ବର୍ଷ ହେଲା ପ୍ରତିଦ୍ବନ୍ଦ୍ବିତା କରିବାକୁ ମନସ୍ଥ କରିଛି ।  ଚୀନ ତାର ସାମରିକ ମହାକାଶ ଅଭିଯାନ କାର୍ଯ୍ୟକ୍ରମରେ ଚନ୍ଦ୍ରକୁ ପ୍ରାଥମିକତା ଦେଉଛି ।  ୨୦୩୫ ସୁଦ୍ଧା ଚୀନ ଚନ୍ଦ୍ରରେ ମୁନ୍ ଷ୍ଟେସନ ନିର୍ମାଣ କରିବ ବୋଲି ଚୀନର ବୈଜ୍ଞାନିକମାନେ ଗବେଷଣା ଚଳାଇଥିବା ଆମେରିକା ବୈଜ୍ଞାନିକମାନେ କହିଛନ୍ତି । ଏନେଇ ଅନେକ ରିପୋର୍ଟ ପ୍ରକାଶ ପାଇଛି ।

ଏପରିକି ପୃଥିବି ଚାରିପଟେ ଘୁରିବୁଲୁଥିବା ସମସ୍ତ ଉପଗ୍ରହକୁ କିପରି ନିୟନ୍ତ୍ରଣ କରିହେବ ତାହା ମଧ୍ୟ ଚୀନର ପ୍ଲାନରେ ରହିଛି ।  ନେଲସନ୍ ଙ୍କ କହିବା କଥା  ଚନ୍ଦ୍ରର ଦକ୍ଷିଣ ମେରୁରେ ପାଣି ଥିବା ସମ୍ଭାବନା ଅଛି । ତେଣୁ ସେଠାରେ କିଏ ଆଗ ପହଁଚିବ ତାକୁ ନେଇ ଚୀନ ବୈଜ୍ଞାନିକମାନଙ୍କ ଆଗରେ ଚାପ ରହିଛି ।  ଚୀନ୍ ବୈଜ୍ଞାନିକମାନେ ସବୁ ତଥ୍ୟ ଲୁଚାଉଥିବାରୁ ଏଭଳି ସନ୍ଦେହ ହେଉଥିବା  ଆମେରିକୀୟ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରି ଅନେକ ସମୟରେ ଏଭଳି ଅଭିଯୋଗ ଆଣୁଥିବାର  ରିପୋର୍ଟ ପ୍ରକାଶ ପାଉଛି । ତେବେ ଏଭଳି ଅଭିଯୋଗକୁ ଚୀନ ଗ୍ରହଣ କରିନାହିଁ । ଏଥିରେ କିଛି ସତ୍ୟତା ନଥିବା କଥା କହିଛି ଚୀନ । ଆମେରିକା ଚୀନକୁ ଭିନ୍ନ ଚକ୍ଷୁରେ ଦେଖୁଥିବାରୁ ଚୀନ ବୈଜ୍ଞାନିକଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିବା କହିଛି ଚୀନ