କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦ୍ବାରା ପିଆଜ ଓ ଟମାଟ ମୂଲ୍ୟ ହ୍ରାସ କରିବାରେ ସହାୟତା ମିଳିଲା

ନୂଆଦିଲ୍ଲୀ: ଟମାଟର ଖୁଚୁରା ମୂଲ୍ୟରେ ଗତ ମାସ ତୁଳନାରେ 29% ର ହ୍ରାସ ଦେଖା ଯାଇଛି, କାରଣ ମୌସୁମୀ ଆରମ୍ଭ ହେବା ସହିତ ବଜାରରେ ଟମାଟର ଉପଲବ୍ଧତାରେ ଉନ୍ନତି ଆସିଛି। ପିଆଜର ଖୁଚୁରା ମୂଲ୍ୟ ଗତ ବର୍ଷ ତୁଳନାରେ 9 % କମ୍ ହୋଇ ବହୁତ ପରିମାଣରେ ନିୟନ୍ତ୍ରିତ ହୋଇ ପାରିଛି।

ସରକାର ଚଳିତ ବର୍ଷରେ 2.50 ଲକ୍ଷ ଟନ୍ ପିଆଜର ଭଣ୍ଡାରଣ କରିଛନ୍ତି ଯାହା ଏପର୍ଯ୍ୟନ୍ତ କ୍ରୟ କରାଯାଇଥିବା ସର୍ବାଧିକ ପିଆଜର ବଫର ଷ୍ଟକ୍ ଅଟେ। କୃଷି ଓ କୃଷକ କଲ୍ୟାଣ ବିଭାଗ ଦ୍ବାରା ଦିଆଯାଇଥିବା ରିପୋର୍ଟ ଅନୁସାରେ 317.03 ଲକ୍ଷ ଟନ୍ ପିଆଜର ରେକର୍ଡ଼ ଉତ୍ପାଦନ ସହିତ ଏହାର ବଫର କ୍ରୟ ଚଳିତ ବର୍ଷର ପିଆଜ ମୂଲ୍ୟକୁ ନିୟନ୍ତ୍ରିତ କରିବାରେ ସହାୟତା କରିବ।

ବଫର ଦ୍ବାରା ପିଆଜର ଷ୍ଟକ୍ କମ୍ ଯୋଗାଣ ହେଉଥିବା ମାସରେ (ଅଗଷ୍ଟ –ଡିସେମ୍ବର) ସମୟରେ କମ ମୂଲ୍ୟରେ ମଧ୍ୟମ ମୂଲ୍ୟ ବୃଦ୍ଧି ସମୟରେ ଏକ କ୍ରମିକ ଏବଂ ଯୋଜନାବଦ୍ଧ ଉପାୟରେ ଜାରି କରାଯିବ। ଷ୍ଟକକୁ ନିର୍ଦ୍ଧାରିତ ଖୋଲା ବଜାରରେ ବିକ୍ରି କରାଯିବ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ  ଏବଂ ସରକାରୀ ଏଜେନ୍ସିଙ୍କ ଖୁଚୁରା ଦୋକାନ ମାଧ୍ୟମରେ ପ୍ରେରଣ କରାଯିବ। ଖୁଚୁରା ବଜାରରେ ଷ୍ଟକକୁ ସେହି ରାଜ୍ୟ/ ସହର ପାଇଁ ପଠାଯିବ, ଯେଉଁଠାରେ ମୂଲ୍ୟ ପୂର୍ବ ମାସ ତୁଳନାରେ ବୃଦ୍ଧି ହୋଇଛି ଏବଂ ପ୍ରମୁଖ ମଣ୍ଡିରେ ମଧ୍ୟ ସମଗ୍ର ଉପଲବ୍ଧତା ବଢ଼ାଇବା ପାଇଁ ଏହାକୁ ବ୍ୟବହାର କରାଯିବ।