୯୭୭ଟଙ୍କାରେ କରନ୍ତୁ ବିମାନ ଯାତ୍ରା
ମେଟ୍ରୋ ଟିଭି ଓଡିଶା,୬/୧: ମାତ୍ର ୯୭୭ଟଙ୍କାରେ ବିମାନ ଯାତ୍ରା କରିବାର ସୁଯୋଗ ଦେଉଛି ଟାଟା ଗ୍ରୁପର ଏୟାରଲାସନ୍ସ ଭିସ୍ତାର । ଏହି କମ୍ପାନୀକୁ ୭ବର୍ଷ ପୁରିଛି ।ଏହି ଅବସରରେ ଯାତ୍ରୀଙ୍କୁ ଉପହାର ଆକାରରେ ଶସ୍ତା ବିମାନ ଟିକେଟ ପ୍ରଦାନ କରୁଛି ଭିସ୍ତାରା। ଜାନୁଆରି ୭ତାରିଖ ରାତି ୧୨ଟା ଭିତରେ ଲୋକଙ୍କୁ ଯାତ୍ରା ପାଇଁ ଆଗୁଆ ଟିକେଟ ବୁକ୍ କରିବାକୁ ହେବ। ଏହି ଅଫର ବିଷୟରେ ସୂଚନା ଦେଇ ଭିସ୍ତାରା କହିଛି ଯେ, ଉଡ଼ାଣର ସାତ ବର୍ଷ ପୂରଣ ଅବସରରେ ଆମେ ଆମର ଘରୋଇ ଏବଂ ଆନ୍ତର୍ଜାତୀୟ ଉଡ଼ାଣ ପାଇଁ ବିଶେଷ ବିମାନ ଭଡା ଘୋଷଣା କରି ଖୁସି। ଦେଶ ଭିତରେ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଇକୋନୋମି କ୍ଲାସର ଭଡ଼ା ୯୭୭ଟଙ୍କା ରହିଥିବା ବେଳେ ପ୍ରିମିୟମ ଇକୋନୋମି ପାଇଁ ୨,୬୭୭ଟଙ୍କା ଏବଂ ବିଜନେସ୍ କ୍ଲାସ ପାଇଁ ୯,୭୭୭ ଟଙ୍କା ରଖାଯାଇଛି। ବିମାନ ଯାତ୍ରୀମାନେ ଜାନୁଆରି ୨୧ରୁ ସେପ୍ଟେମ୍ବର ୩୦ଭିତରେ ବିମାନରେ ଯାତ୍ରା କରିବା ପାଇଁ ଏହି ଅଫରରେ ବିମାନ ଟିକେଟ୍ ବୁକ୍ କରିପାରିବେ। ଏନେଇ ଭିସ୍ତାରା ୱେବସାଇଟକୁ ଯାଇ ଟିକେଟ୍ ବୁକିଂ କରାଯାଇପାରିବେ।