୪ ଜୁନ୍ ପରେ ଗୁଗୁଲ୍ ପେ କାମ କରିବନି
ଯଦି ଆପଣ ନିଜ ସ୍ମାର୍ଟଫୋନରେ ଗୁଗୁଲ୍ ପେ ଆପ୍ ଇନଷ୍ଟଲ୍ କରିଛନ୍ତି, ତେବେ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ଗୁଗୁଲ୍ ପେ ସେବା ଜୁନ୍ ୪ ପରେ ବନ୍ଦ ହେବାକୁ ଯାଉଛି ।ଗୁଗୁଲ ୪ ଜୁନ୍ ୨୦୨୪ ରୁ ଗୁଗୁଲ୍ ପେ ବନ୍ଦ କରିବାକୁ ଯାଉଛି । ଏହି ଖବର ଅନଲାଇନ୍ କାରବାର କରୁଥିବା ଉପଭୋକ୍ତାଙ୍କ ଟେନସନକୁ ବଢ଼ାଇ ଦେଇଛି । ଜିପେ ବନ୍ଦ ହେବ, ଏହି ଖବର ସତ ଅଟେ । ଏହା ଗୁଗୁଲ ନିଜେ ନିଶ୍ଚିତ କରିଛି । ଗୁଗୁଲର ଏହି ନିଷ୍ପତ୍ତି ଦ୍ୱାରା କେଉଁ ଦେଶ ପ୍ରଭାବିତ ହେବାକୁ ଯାଉଛନ୍ତି ତାହା ଆସନ୍ତୁ ଜାଣିବା ।ଏହି ଉପଭୋକ୍ତାମାନେ ପ୍ରଭାବିତ ହେବେ ନାହିଁ :-
ଗୁଗୁଲ ଏହାର ଗୁଗୁଲ୍ ପେ ସେବା ବନ୍ଦ କରିବାକୁ ଯାଉଛି, କିନ୍ତୁ ଗୁଗୁଲର ଏହି ନିଷ୍ପତ୍ତି ଭାରତୀୟ ବ୍ୟବହାରକାରୀଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଗୁଗୁଲ ଆମେରିକାରେ ଗୁଗୁଲ୍ ପେ ର ସେବା ୪ ଜୁନ୍ ୨୦୨୪ ରୁ ବନ୍ଦ କରିବାକୁ ଯାଉଛି । ଏହାର ଅର୍ଥ ଗୁଗୁଲ୍ ପେ ଭାରତ ନୁହେଁ ବରଂ ଆମେରିକାରେ ବନ୍ଦ ହେବାକୁ ଯାଉଛି ।