୩୦୮୦ କୋଟିର ଡିଲ୍ ଗୋପାଳପୁର ବନ୍ଦର
ଦୀର୍ଘଦିନର ମୁଲଚାଲ ପରେ ଶେଷରେ ଶିଳ୍ପପତି ଗୌତମ ଆଦାନି ଗୋପାଳପୁର ବନ୍ଦରକୁ କିଣିଛନ୍ତି। ଏଥି ସହିତ ଓଡ଼ିଶାର ଉତ୍ତର ଓ ଦକ୍ଷିଣ ଭାଗରେ ଥିବା ଦୁଇଟି ଘରୋଇ ବନ୍ଦର ତାଙ୍କ ଅଧୀନକୁ ଆସିଛି। ପୂର୍ବରୁ ଭଦ୍ରକରେ ଥିବା ଧାମରା ବନ୍ଦରକୁ ସେ ଟାଟାଠାରୁ କିଣିଥିଲେ। ଗୋପାଳପୁର ବନ୍ଦରର ସିଂହ ଭାଗ ଅଂଶଧନକୁ ଆଦାନିଙ୍କ କମ୍ପାନି ଆଦାନି ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ (ଏପିଏସ୍ଇଜେଡ୍) କିଣିଛି ଯାହା ଆଦାନିଙ୍କ ପୁଅ କରନ ଆଦାନିଙ୍କ ଅଧୀନରେ ପରିଚାଳିତ ହେଉଛି। ବନ୍ଦରର ୯୫ ପ୍ରତିଶତ ଅଂଶଧନକୁ ଆଦାନି ୩୦୮୦ କୋଟି ଟଙ୍କାରେ କିଣିଛନ୍ତି। ସାପୁରଜୀ ପାଲୋଞ୍ଜି ଗ୍ରୁପ୍ର ୫୬ ପ୍ରତିଶତ ଏବଂ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍)ର ୩୯ ପ୍ରତିଶତ ଅଂଶଧନକୁ ଆଦାନି କିଣିଛନ୍ତି।