ଦୀର୍ଘ ସମୟ ଧରି ମାର୍କ ଜୁକରବର୍ଗ ଏହି ପ୍ଲାନ ଆଣିବେ ବୋଲି କୁହାଯାଉଥିଲା । ବର୍ତ୍ତମାନ କମ୍ପାନୀ ଏହି ଷ୍ଟେପ୍ ନେଇଛି । ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ଦୁଇଟି ସର୍ଭିସକୁ ସବସ୍କ୍ରିପସନ୍ ଦେବ । ୟୁରୋପୀୟ ୟୁନିଅନର ଚାପ ପରେ ଏହି ପଦକ୍ଷେପ ନିଆଯାଇଛି । ତେଣୁ ଏହି ଅପ୍ସନ କେବଳ ୟୁରୋପୀୟ ୟୁଜର୍ସଙ୍କ ପାଇଁ ମିଳିବ ।ଏହି ପ୍ଲାନର ଦାମ ୱେବ୍ ପାଇଁ ମାସକୁ ୯.୯୯ ୟୁରୋ ଅର୍ଥାତ ଭାରତୀୟ ମୂଲ୍ୟରେ ୮୮୫ ଟଙ୍କା ଏବଂ ସ୍ମାର୍ଟଫୋନ୍ (ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍) ପାଇଁ ମାସକୁ ୧୨.୯୯ ୟୁରୋ ଅର୍ଥାତ ଭାରତୀୟ ମୂଲ୍ୟ ୧,୧୪୫ ହେବ । ୟୁରୋପରେ ୧୮ ବର୍ଷରୁ ଅଧିକ ବୟସର ୟଜରଙ୍କୁ ଏହା ଆଡ୍ ଫ୍ରି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପ୍ଲାନ୍ ଉପଲବ୍ଧ କରିବ ବୋଲି ମେଟା ଘୋଷଣା କରିଛି । ଏହି ପ୍ଲାନଗୁଡିକ ସ୍ୱିଜରଲ୍ୟାଣ୍ଡ, ୟୁରୋପୀୟ ୟୁନିଅନ୍ ଏବଂ ୟୁରୋପୀୟ ଅର୍ଥନୈତିକ କ୍ଷେତ୍ରରେ ମିଳିବ ।ଭାରତର ୟୁଜରମାନଙ୍କୁ ସେମାନଙ୍କର ଇନଷ୍ଟାଗ୍ରାମ ଫିଡରେ ଆଡ୍ ଆସିବା ଜାରି ରହିବ । କିନ୍ତୁ ଯଦି ଏହି ସବସ୍କ୍ରିପସନ୍ ପ୍ଲାନଗୁଡିକ EUରେ ଲୋକପ୍ରିୟ ହୁଏ ତେବେ ମେଟା ଏହି ସର୍ଭିସକୁ ଭାରତରେ ଆଣିପାରେ ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post