‘ସୁଦର୍ଶନ ସେତୁ’ ଉଦ୍ଘାଟିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଓଖା ମୁଖ୍ୟଭୂମି ଏବଂ ଭେଟ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ଦେଶର ସବୁଠାରୁ ଲମ୍ବା କେବୁଲ୍ ଆଧାରିତ ‘ସୁଦର୍ଶନ ସେତୁ’ ଉଦ୍ଘାଟନ କରିଛନ୍ତି। ପାଖାପାଖି ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁଦର୍ଶନ ସେତୁ ‘ଓଖା-ଭେଟ ଦ୍ୱାରକା ସିଗ୍ନେଚର ବ୍ରିଜ୍ ନାମ’ରେ ମଧ୍ୟ ଜଣାଶୁଣା। ଭେଟ ଦ୍ବାରକା ହେଉଛି ଓଖା ବନ୍ଦର ନିକଟରେ ଥିବା ଏକ ଦ୍ବୀପ ଯାହାକି ଦ୍ବାରକା ସହରଠାରୁ ପ୍ରାୟ ୩୦ କିମି ଦୂରରେ ରହିଛି। ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରସିଦ୍ଧ ଦ୍ବାରାକାଧୀଶ ମନ୍ଦିର ରହିଛି। ଏହି ସେତୁର ଉଦ୍ଘାଟନ ଗଜୁରାଟର ବିକାଶ ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ କ୍ଷଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଦ୍ବାରକା ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ।