ସାମସଙ୍ଗ ଲଞ୍ଚ କଲା ୨ଟି ଶସ୍ତା ଟ୍ୟାବଲେଟ୍‌

ଜାଣନ୍ତୁ କେତେ ରହିଛି ଦାମ

ସାମସଙ୍ଗ ନିଜର ପ୍ରଡକ୍ଟକୁ ଆହୁରି ମଜବୁତ କରିବା ପାଇଁ ଦୁଇଟି ନୂଆ ଟ୍ୟାବେଲଟ୍‌ ଲଞ୍ଚ କରିଛି । ଏହି କମ୍ପାନୀ ଭାରତୀୟ ମାର୍କେଟରେ Galaxy Tab A9 ଏବଂ Galaxy Tab A9 + ଲଞ୍ଚ କରିଛି । ଆପଣ ସାମସଙ୍ଗର ଅଫିସିଆଲ ୱେବସାଇଟ୍ ଏବଂ ଇ-କମର୍ସ ୱେବସାଇଟ୍ ଆମାଜନରେ ଏହାକୁ କିଣି ପାରିବେ । ଆମାଜନରେ ବର୍ତ୍ତମାନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଚାଲିଛି, ଯେଉଁଥିରେ ଭିନ୍ନ ଭିନ୍ନ ପ୍ରଡକ୍ଟ ଉପରେ ଭାରି ଡିସକାଉଣ୍ଟ ମିଳୁଛି ।Galaxy Tab A9ର ବଡି ଡାଇମେନସନ୍‌ ହେଉଛି ୨୧୧ x ୧୨୪.୭ x ୮ ମିମି । ଏହା ୮.୭ ଇଞ୍ଚର ଆଇପିଏସ୍‌ ଏଲସିଡି ଡିସପ୍ଲେ ୬୦hzର ରିଫ୍ରେସ୍‌ ରେଟ୍‌ ସହିତ ଆସିିଥାଏ । ଯଦି ଆପଣ ଏହା ଠାରୁ ଅଧିକ ବଡ଼ ଡିସପ୍ଲେର ଟ୍ୟାବ୍‌ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ Galaxy Tab A9 Plus ଭଲ ହେବ । Galaxy Tab A9ରେ ୮MP ରିୟର କ୍ୟାମେରା ଏବଂ ୨MPର ଫ୍ରଣ୍ଟ-ଫେସିଙ୍ଗ କ୍ୟାମେରା ମିଳିଥାଏ ।

Galaxy Tab A9 + ଟ୍ୟାବଲେଟ୍‌ରେ ୧୧ ଇଞ୍ଚର IPS LCD ଡିସପ୍ଲେ ରହିଛି, ଯେଉଁଥିରେ ୧,୨୦୦ x ୧,୯୨୦ px ରିଜୋଲ୍ୟୁସନ ଏବଂ ୯୦Hz ରିଫ୍ରେସ୍‌ ରେଟ୍‌ ରହିଛି । Galaxy Tab A9 + ରେ ୫ MP ଫ୍ରଣ୍ଟ-ଫେସିଙ୍ଗ୍‌ କ୍ୟାମେରା ଏବଂ ୮MPର ରିୟର କ୍ୟାମେରା ରହିଛି ।