ଲଞ୍ଚ ହେଲା ନୂଆ ପଲିସି

X ପ୍ରଥମେ ଟ୍ୱିଟର ନାମରେ ପରିଚିତ ଥିଲା । ଯେବେଠାରୁ ଏହି ଆପର ମାଲିକାନା ଏଲନ ମସ୍କ ଗ୍ରହଣ କରିଛନ୍ତି, ସେବେଠାରୁ ଏଥିରେ ଅନେକ କିଛି ଜିନିଷ ବଦଳିଯାଇଛି । ବର୍ତ୍ତମାନ ଏକ୍ସ ପଲିସିରେ ଆହୁରି ପରିବର୍ତ୍ତନ ହୋଇଛି । ଯାହାପରେ ୟୁଜର୍ସ ଏହି ପ୍ଲାଟଫର୍ମରେ Adult Content ମଧ୍ୟ ପୋଷ୍ଟ କରିପାରିବେ । ଗତ କିଛିଦିନ ତଳେ ଏହି ପଲିସିକୁ ଲାଗୁ କରିବା ପାଇଁ ବହୁତ ଚର୍ଚ୍ଚା ହେଉଥିଲା । ତେବେ ବର୍ତ୍ତମାନ ଏହି ନୂଆ ପଲିସିକୁ ଲଞ୍ଚ କରାଯାଇଛି ।ଏକ୍ସ ନିଜ ଅଫିସିଆଲ ହ୍ୟାଣ୍ଡେଲ ‘X safety’ରେ ଟ୍ୱିଟ କରି ସୂଚନା ଦେଇଛି ଯେ, କମ୍ପାନୀ ଆଡଲ୍ଟ କଣ୍ଟେଣ୍ଟ ଏବଂ ଭାଓଲେଣ୍ଟ କଣ୍ଟେଣ୍ଟ ପଲିସି ଲଞ୍ଚ କରିଛି । ଏହି ଟ୍ୱିଟରେ ଏହା କୁହାଯାଇଛି ଯେ, ଆମେ ନିଜ ନିୟମରେ ଅଧିକ ସ୍ପଷ୍ଟତା ଆଣିବା ଏବଂ ସେହି ପ୍ଲାଟଫର୍ମର ଇମ୍ପପ୍ଲିମେଣ୍ଟେସନରେ ପାରଦର୍ଶୀତା ଆଣିବା ଲାଗି ଆଡଲ୍ଟ କଣ୍ଟେଣ୍ଟ ଏବଂ ଭାଓଲେଣ୍ଟ କଣ୍ଟେଣ୍ଟ ପଲିସିକୁ ଲଞ୍ଚ କରିଛୁ ।

ଆମେରିକାରେ ସରକାରୀ କର୍ମଚାରୀଙ୍କୁ ହ୍ୱାଟ୍ସଆପ୍‌ ନିଷେଧ

ଇରାନ ପରେ ଏବେ ଆମେରିକା ସଂସଦ ସମସ୍ତ ସରକାରୀ ଡିଭାଇସରୁ ହ୍ୱାଟ୍ସଆପ୍‌କୁ ନିଷିଦ୍ଧ କରିଛି। ରିପୋର୍ଟ ଅନୁସାରେ, ଡାଟା ସୁରକ୍ଷା ଏବଂ ସାଇବର ସୁରକ୍ଷା ସହ ଜଡ଼ିତ ବିପଦ ଏହି ନିଷ୍ପତ୍ତି ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କ’ଣ ଆମେରିକା ସରକାର ଏବେ ଆଉ ନିଜ ଦେଶର ଉତ୍ପାଦ ଏବଂ କମ୍ପାନୀଗୁଡ଼ିକ ଉପରେ ବିଶ୍ୱାସ କରୁନାହାଁନ୍ତି?

ରିପୋର୍ଟ ଅନୁସାରେ, ସୋମବାର ହାଉସ୍ ସାଇବରସିକ୍ୟୁରିଟି ଅଫିସ୍ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ଏକ ମେମୋ ପଠାଯାଇଛି, ଯେଉଁଥିରେ ହ୍ୱାଟ୍ସଆପ୍‌କୁ ‘ଉଚ୍ଚ ବିପଦପୂର୍ଣ୍ଣ ଆପ୍‘ ବୋଲି କୁହାଯାଇଛି। ମେମୋରେ କୁହାଯାଇଛି ଯେ, ବ୍ୟବହାରକାରୀଙ୍କ ତଥ୍ୟ ସୁରକ୍ଷା ସମ୍ପର୍କରେ ହ୍ୱାଟ୍ସଆପ୍‌ ସ୍ୱଚ୍ଛତା ଦେଖାଉ ନାହିଁ। ଏଥିରେ ସଂରକ୍ଷିତ ତଥ୍ୟର ଏନକ୍ରିପ୍ସନ ନାହିଁ। ଏହାର ବ୍ୟବହାର ସାଇବର ଆକ୍ରମଣ ଏବଂ ତଥ୍ୟ ଲିକ୍ ହେବାର ଆଶଙ୍କା ବୃଦ୍ଧି କରେ।

ଏଣିକି ଫୋନରୁ ହଟାଇବାକୁ ପଡ଼ିବ ହ୍ବାଟ୍ସଆପ୍‌

ସଂସଦର କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି ଯେ, ସେମାନେ ହ୍ବାଟ୍ସଆପ୍‌କୁ ସମସ୍ତ ଗୃହ-ପରିଚାଳିତ ଡିଭାଇସରୁ ହଟାଇ ଦିଅନ୍ତୁ, ତେଣିକି ତାହା ମୋବାଇଲ୍ ଫୋନ୍, କମ୍ପ୍ୟୁଟର ହେଉ କିମ୍ବା ୱେବ୍ ବ୍ରାଉଜରରେ ହେଉ। ସିଏଓ ଇମେଲରେ ଲେଖିଛି ଯେ, ‘‘ଯଦି ଆପଣଙ୍କ ଡିଭାଇସରେ ହ୍ବାଟ୍ସଆପ୍‌ ଅଛି, ତେବେ ଆପଣଙ୍କୁ ଏହାକୁ ହଟାଇବାକୁ କୁହାଯିବ।’’

କେଉଁସବୁ ଆପ୍‌କୁ ମିଳିଲା ସ୍ଥାନ?

ହ୍ୱାଟ୍ସଆପ୍ ବଦଳରେ ସରକାର କେତେକ ସୁରକ୍ଷିତ ମେସେଜିଂ ପ୍ଲାଟଫର୍ମ ଯେପରିକି ସିଗନାଲ, ମାଇକ୍ରୋସଫ୍ଟ ଟିମ୍ସ, ୱିକର, ଆପଲ୍ ଆଇମେସେଜ୍ ଏବଂ ଫେସଟାଇମ୍ ଆଦି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କର୍ମଚାରୀମାନଙ୍କୁ ଫିଶିଙ୍ଗ୍‌ ଆଟାକ୍‌ ଏବଂ ଅଜଣା ନମ୍ବରରୁ ଆସୁଥିବା ସନ୍ଦେହଜନକ ମେସେଜ୍ ବିଷୟରେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି।

ବିରୋଧ କଲା ମେଟା

ହ୍ୱାଟ୍ସଆପର ମୂଳ କମ୍ପାନୀ ମେଟା ପ୍ଲାଟଫର୍ମ ଏହି ନିଷ୍ପତ୍ତିର ଦୃଢ଼ ପ୍ରତିବାଦ କରିଛି। କମ୍ପାନୀର ମୁଖପାତ୍ର ଆଣ୍ଡି ଷ୍ଟୋନ୍ କହିଛନ୍ତି, ‘‘ଆମେ ହାଉସ୍‌ର ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରା ହ୍ୱାଟ୍ସଆପର ସୁରକ୍ଷା ବିଷୟରେ କରାଯାଇଥିବା ବ୍ୟାଖ୍ୟା ସହିତ ସମ୍ପୂର୍ଣ୍ଣ ଅସହମତ।’’ ମେଟା ଆଶା କରୁଛି ଯେ, ଭବିଷ୍ୟତରେ ଆମେରିକା ସିନେଟ୍ ପରି ସଂସଦରେ ମଧ୍ୟ ହ୍ବାଟ୍ସଆପ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯିବ।

ଇରାନରେ ମଧ୍ୟ ହ୍ବାଟ୍ସଆପ୍‌କୁ ନେଇ ଚିନ୍ତା

ଏହା ପୂର୍ବରୁ ଇରାନ ମଧ୍ୟ ଏହାର ନାଗରିକମାନଙ୍କୁ ହ୍ୱାଟସଆପ୍ ଡିଲିଟ୍ କରିବାକୁ ଅପିଲ୍ କରିଥିଲା। ସେଠାରେ ହ୍ୱାଟସଆପ୍ ମାଧ୍ୟମରେ ବିଦେଶୀ ଏଜେନ୍ସି, ବିଶେଷକରି ଇସ୍ରାଏଲ ସେନାକୁ ଲୋକେସନ୍ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟ ଲିକ୍ ହେବାର ଆଶଙ୍କା ଥିଲା। କିନ୍ତୁ ଇରାନର ସରକାରୀ ଗଣମାଧ୍ୟମ ଏହି ଦାବିର କୌଣସି ପ୍ରମାଣ ଦେଇନାହିଁ। ମେଟା ଏହି ଅଭିଯୋଗକୁ ମଧ୍ୟ ସ୍ପଷ୍ଟ ଭାବରେ ଖଣ୍ଡନ କରିଛି।

ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ଗୋପାଳ କୃଷ୍ଣ ପାତ୍ର

ଡକ୍ଟର ଗୋପାଳ କୃଷ୍ଣ ପାତ୍ର ବାଙ୍ଗାଲୋର ସ୍ଥିତ ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦେଶର ଅଗ୍ରଣୀ ବିଜ୍ଞାନ ଓ କାରିଗରୀ ବିଦ୍ୟାର ସଂସ୍ଥାନ ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)ର ୩୭ଟି ସଂସ୍ଥାନ ମଧରୁ ସିଏସଆଇଆର୍ ୪ ପିଆଇ ସଂସ୍ଥାନରେ ଡକ୍ଟର ପାତ୍ର ୧୯୯୭ରୁ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି। ଓଡିଶାର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଓ ପିଏଚଡି ଡିଗ୍ରୀ ହାସଲ ପରେ ସେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ଡକ୍ଟର ପାତ୍ର ବିଭିନ୍ନ ପଦବୀରେ ୨୦୧୮-୨୦୨୧ ପର୍ଯ୍ୟନ୍ତ ସଫଳ ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି।ତାଙ୍କ ଅଧୀନରେ ୫ ଜଣ ପିଏଚଡ଼ି ଗବେଷକ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଫେସର ପାତ୍ର ବର୍ତ୍ତମାନ ପିଢ଼ିର ସାଇବର୍ ଭୌତିକ ସିଷ୍ଟମ୍ ଏବଂ ଉଚ୍ଚ ପ୍ରଦର୍ଶନ କମ୍ପ୍ୟୁଟିଂର ବିଭିନ୍ନ ସୁରକ୍ଷା ଦିଗ ଉପରେ ଅଧିକ ଗବେଷଣା କରୁଛନ୍ତି। ସେ ମଧ୍ୟ କୃତ୍ରିମ ବୁଦ୍ଧିମତ୍ତା, ବ୍ଳକଚେନ୍ ଏବଂ କ୍ରିପ୍ଟୋଗ୍ରାଫିର ବ୍ୟବହାର କରି ସଂଯୁକ୍ତ ଯାନବାହାନ ଏବଂ ନାଗରିକ ସେବାର ଗୋପନୀୟତା ଏବଂ ସୁରକ୍ଷା ଉପରେ ଗବେଷଣାରେ ନିୟୋଜିତ ଅଛନ୍ତି। ଡକ୍ଟର ପାତ୍ର ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଅନେକ ଶିଳ୍ପ ପରାମର୍ଶଦାତା ବୋର୍ଡ ଏବଂ ଅଧ୍ୟୟନ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେ ପ୍ରସିଦ୍ଧ ପତ୍ରିକା ଏବଂ ରେଫରୀ ସମ୍ମିଳନୀ କାର୍ଯ୍ୟରେ ପ୍ରାୟ ୬୦ଟି ଗବେଷଣା ପତ୍ର ପ୍ରକାଶ କରିଛନ୍ତି। ଡକ୍ଟର ପାତ୍ରଙ୍କ ଏହି ସଫଳତା ପାଇଁ ଓଡ଼ିଶା ଓ ଦେଶର ବିଭିନ୍ନ ଭାଗରୁ ଅଭିନନ୍ଦନର ସୁଅ ଛୁଟିଛି।

ଆଜି ଆକାଶରେ ସବୁଠୁ ରହସ୍ୟମୟୀ ଏବଂ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ

ଜହ୍ନ ତ ସବୁବେଳେ ସୁନ୍ଦର , ସେ ପୁଣି ପୂର୍ଣ୍ଣମୀର ଜହ୍ନ ଆହୁରି ସୁନ୍ଦର । ଆଜି ବି ଜହ୍ନର ଏକ ଭିନ୍ନ ରଙ୍ଗରେ ଝଲସିବ ଆକାଶ । ୧୧ ଜୁନ୍‌ ୨୦୨୫ ରାତିରେ ଆକାଶରେ ଦୃଶ୍ୟମାନ ହେବ ବିରଳ ଦୃଶ୍ୟ । ଆଜି ଆକାଶରେ ସବୁଠୁ ରହସ୍ୟମୟୀ ଏବଂ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ । ପୂର୍ଣ୍ଣିମା ରାତିରେ ଷ୍ଟ୍ରବେରୀ ଚନ୍ଦ୍ର ଦୃଶ୍ୟମାନ ହେବ । ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହା ମାଇକ୍ରୋ ମୁନ୍‌ ମଧ୍ୟ ହେବ । ଯାହା ପୃଥିବୀଠାରୁ ଟିକେ ଦୂରରେ ଥିବାରୁ ସାଧାରଣ ଅପେକ୍ଷା ଟିକେ ଛୋଟ ଏବଂ ଅସ୍ପଷ୍ଟ ଦେଖାଯିବ ।

ଏଥରର ଷ୍ଟ୍ରବେରୀ ଚନ୍ଦ୍ର କେବଳ ଏହାର ନାମ କିମ୍ବା ରଙ୍ଗ ପାଇଁ ନୁହେଁ, ବରଂ ଏହାର ‘ମାଇକ୍ରୋ ମୁନ୍’ ଏବଂ ‘ମେଜର ଲୁନାର ଷ୍ଟାଣ୍ଡଷ୍ଟିଲ୍’ ପାଇଁ ମଧ୍ୟ ବହୁତ ସ୍ୱତନ୍ତ୍ର । ଯଦିଓ ଏହାର ରଙ୍ଗ ଷ୍ଟ୍ରବେରୀ ପରି ନୁହେଁ, କିନ୍ତୁ ଏହାର ନାମ ଆମେରିକୀୟ ଆଦିବାସୀ ପରମ୍ପରା ସହିତ ଜଡ଼ିତ । ସେଠାରେ ଜୁନ୍ ମାସରେ ଏହି ପୂର୍ଣ୍ଣିମା ପରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହେଉଥିଲା । ସେଥିପାଇଁ ଏହି ଦିନ ଆସୁଥିବା ଜହ୍ନର ରଙ୍ଗ ଦେଖି ତାହାର ନାମକରଣ କରାଯାଇଛି ।  ଏହି ବର୍ଷ ଚନ୍ଦ୍ର ପୃଥିବୀଠୁ ସବୁଠାରୁ ଦୂରରେ ରହିବ , ଯାହା ଯୋଗୁଁ ଏହା ସାଧାରଣ ଅପେକ୍ଷା ଛୋଟ ଏବଂ ନିମ୍ନ ଦେଖାଯିବ । ଏହି ଦିନ ପ୍ରତି ୧୮.୬ ବର୍ଷରେ ଥରେ ଆସେ ଅର୍ଥାତ୍‌ ଏହା ପରେ ପୁଣି ଏପରି ଚନ୍ଦ୍ର ୨୦୪୩ରେ ଦେଖାଯିବ । ଏହି ସୁଯୋଗ ସମସ୍ତଙ୍କ ପାଇଁ ଏକ ବିରଳ ଅଭିଙ୍ଗତା ହୋଇପାରେ ।

ବୈଜ୍ଞାନିକମାନଙ୍କ କହିବା ଅନୁସାରେ , ଆଜି ଚନ୍ଦ୍ରଙ୍କ ଆଲୋକରେ ଏକ ସୁନେଲି ଉଷ୍ମ ଆଭା ଦେଖିବାକୁ ମିଳିବ । ଭାରତରେ ଜୁନ୍ ୧୧ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଦକ୍ଷିଣ-ପୂର୍ବ ଦିଗରେ ଷ୍ଟ୍ରବେରୀ ଚନ୍ଦ୍ର ଦେଖାଯିବ । ଦିଲ୍ଲୀ, ମୁମ୍ବାଇ, କୋଲକତା ଏବଂ ବେଙ୍ଗାଲୁରୁ ଭଳି ସହରରେ, ସନ୍ଧ୍ୟା ୭ଟା ପରେ ଏହି ଦୃଶ୍ୟ ଦୃଶ୍ୟମାନ ହେବ ।

ସୂର୍ଯ୍ୟଙ୍କ ସଦ୍ୟତମ ଫଟୋ ଜାରି କରିଛି ନାସା

ସୂର୍ଯ୍ୟଙ୍କ ସଦ୍ୟତମ ଫଟୋ ଜାରି କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। ଯେଉଁ ଫଟୋଟିରେ ସୂର୍ଯ୍ୟଙ୍କର ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି। ସୂର୍ଯ୍ୟଙ୍କ ପୃଷ୍ଠରେ ଏକ ବିଶାଳ ମୁହଁ ସଦୃଶ ଗର୍ତ୍ତ ଦେଖିବାକୁ ମିଳିଛି, ଯାହାର ଆକାର ୫ଟି ବୃହସ୍ପତି ଗ୍ରହର ଆକାର ସହିତ ସମାନ। ଏହା ସହିତ ୨ଟି ଆଖି ମଧ୍ୟ ଦେଖିବାକୁ ମିଳିଛି। ଏହି ଗର୍ତ୍ତକୁ କୋରୋନଲ ହୋଲ କୁହାଯାଏ, ଯାହା ସୂର୍ଯ୍ୟଙ୍କ ଗରମ ପବନକୁ ମହାକାଶକୁ ଛାଡ଼ିଥାଏ।

ଗତ ୪ ତାରିଖରେ ନାସାର ସୋଲାର ଡାଇନାମିକ୍ସ ଅବଜର୍ବେଟୋରି(ଏସଡିଓ) ଦ୍ଵାରା ଏହି ଫଟୋ ଉତ୍ତୋଳନ କରାଯାଇଛି। ଫଟୋରେ ସୂର୍ଯ୍ୟଙ୍କ ଦକ୍ଷିଣ ପାର୍ଶ୍ବରେ ବିଶାଳ ମୁହଁ ପରି ଗର୍ତ୍ତ ରହିଛି। ଉତ୍ତର ପାର୍ଶ୍ବରେ ୨ଟି ଆଖି ଭଳି ଗର୍ତ୍ତ ରହିଛି। ଦୃଶ୍ୟକୁ ଦେଖିଲେ ଏପରି ଲାଗୁଛି, ଯେପରି ସୂର୍ଯ୍ୟ ଚିତ୍କାର କରୁଛନ୍ତି ବା ବିଚଳିତ ଅବସ୍ଥାରେ ରହିଛନ୍ତି।ଏହା ସୂର୍ଯ୍ୟଙ୍କଠାରେ କୌଣସି ପ୍ରକୃତ ଗର୍ତ୍ତ ନୁହେଁ, ବରଂ ଏହାକୁ କୋରୋନଲ ହୋଲ୍‌ କୁହାଯାଏ। ସୂର୍ଯ୍ୟଙ୍କ ପୃଷ୍ଠରେ ଏହା ଏପରି ଏକ ଗର୍ତ୍ତ, ଯେଉଁଠି ଚୁମ୍ବକୀୟ କ୍ଷେତ୍ର ଖୋଲିଯାଇଥାଏ। ଏହାଦ୍ଵାରା ସୂର୍ଯ୍ୟଙ୍କର ଗରମ ଗ୍ୟାସ ଏବଂ କଣିକା (ସୋଲାର ଓ୍ବିଣ୍ଡ) ସହଜରେ ମହାକାଶକୁ ବାହାରି ଯାଇଥାଏ।

ହ୍ୱାଟ୍ସଆପର ନୂଆ ଫିଚର ଲଗ୍ ଆଉଟ୍’

ଯଦି ଆପଣ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ହ୍ୱାଟ୍ସଆପ୍ ନିଜ ୟୁଜରଙ୍କ ସୁବିଧା ପାଇଁ ସମୟ ସମୟରେ ନୂଆ ଫିଚର୍ ଆଣିଥାଏ। ଏବେ ଏହି ଆପ୍ଲିକେସନ୍‌ରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଫିଚର୍ ଆସିବାକୁ ଯାଉଛି ଯାହା ବ୍ୟବହାରକାରୀଙ୍କୁ ସାମୟିକ ବିରତି ଦେବାରେ ସାହାଯ୍ୟ କରିବ।

ଯଦି ଆପଣ ହ୍ୱାଟ୍ସଆପରେ ଅଧିକ ସମୟ ବିନିଯୋଗ କରୁଛନ୍ତି  ଏବଂ ଆପଣ ଆପଣଙ୍କର ଏହି ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଏବେ ଏହା ସମ୍ଭବ ହେବାକୁ ଯାଉଛି। ଯଦି ଆପଣ ଏପରି ଏକ ଫିଚର୍ ଚାହୁଁଛନ୍ତି ଯାହା ଦ୍ୱାରା ଆପଣଙ୍କୁ ଆପଣଙ୍କର ହ୍ୱାଟ୍ସଆପ୍ ଆକାଉଣ୍ଟ ଡିଲିଟ କରିବାକୁ ନପଡ଼େ ଏବଂ ଆପଣଙ୍କୁ କିଛି ବିରତି ମଧ୍ୟ ମିଳିବ, ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏବେ ଏଥିପାଇଁ ଏକ ନୂତନ ଫିଚର୍ ବହୁତ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି। ଏହି ନୂଆ ଫିଚର ହେଉଛି ‘ଲଗ୍ ଆଉଟ୍’।ଯଦି ଆପଣ ଏପରି ଏକ ଫିଚର୍ ଚାହୁଁଛନ୍ତି ଯାହା ଦ୍ୱାରା ଆପଣଙ୍କୁ ଆପଣଙ୍କର ହ୍ୱାଟ୍ସଆପ୍ ଆକାଉଣ୍ଟ ଡିଲିଟ କରିବାକୁ ନପଡ଼େ ଏବଂ ଆପଣଙ୍କୁ କିଛି ବିରତି ମଧ୍ୟ ମିଳିବ, ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏବେ ଏଥିପାଇଁ ଏକ ନୂତନ ଫିଚର୍ ବହୁତ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି। ଏହି ନୂଆ ଫିଚର ହେଉଛି ‘ଲଗ୍ ଆଉଟ୍’ ।ପୂର୍ବରୁ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଖରେ ସୋସିଆଲ ମିଡିଆରୁ ଦୂରେଇ ରହିବାର କୌଣସି ପ୍ରଭାବଶାଳୀ ଉପାୟ ନଥିଲା, କିନ୍ତୁ ଏବେ ବ୍ୟବହାରକାରୀ ହ୍ୱାଟ୍ସଆପ୍ ବ୍ୟବହାର କରିବାର ଅଭ୍ୟାସକୁ କମ କରିପାରିବେ। ଏଥିପାଇଁ, କମ୍ପାନୀ ବହୁତ ଶୀଘ୍ର ଲଗ୍ ଆଉଟ୍ ଫିଚର୍ ଆଣିବାକୁ ଯାଉଛି। ଏହାର ଏକ ବଡ଼ ଲାଭ ହେବ ଯେ ବ୍ୟବହାରକାରୀଙ୍କୁ ଆଉ ସେମାନଙ୍କର ଆକାଉଣ୍ଟ ଡିଲିଟ କରିବାକୁ ପଡ଼ିବ ନାହିଁ ଏବଂ ସେମାନଙ୍କର ବ୍ୟକ୍ତିଗତ ଡାଟା ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।