ଦେଶରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ନେଇ ରିଲାଏନ୍ସ ଜିଓ ପ୍ଲାଟଫର୍ମକୁ ଅନୁମତି ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜିଓ ଏବେ ଯୋଗାଯୋଗ କ୍ଷେତ୍ରରେ ଆମାଜନ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସହିତ ପ୍ରତିଯୋଗିତା କରିବ । ସାଟେଲାଇଟ୍ ମାଧ୍ୟମରେ ଇଣ୍ଟରନେଟ ସେବା ବିତରଣ କରିବା ନେଇ ଅର୍ବିଟ କନେକ୍ଟ ଇଣ୍ଡିଆ ନାମକ ଏକ ଭେଞ୍ଚରକୁ ୩ଟି ମଞ୍ଜୁରୀ ମିଳିଥିବା ଜଣେ ସରକାରୀ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।ଇଣ୍ଡିଆନ ନ୍ୟାସନାଲ ସ୍ପେସ ପ୍ରମୋସନ ଆଣ୍ଡ ଅଥରାଇଜେସନ ସେଣ୍ଟର (ଇନ-ସ୍ପେସ) ଦ୍ୱାରା ଏହି କ୍ଲିୟରାନ୍ସ ଏପ୍ରିଲ ଓ ଜୁନରେ ମିଳିଥିବା ବେଳେ ଭାରତ ଉପରେ ଉପଗ୍ରହକୁ ସ୍ଥାପିତ କରିବା ପାଇଁ ଅର୍ବିଟ କନେକ୍ଟକୁ ଅନୁମତି ମିଳିଛି । ତେବେ ଏହି ସେବା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଟେଲି ଯୋଗାଯୋଗ ବିଭାଗର ଅନୁମୋଦନ ନେବା ଆବଶ୍ୟକ । ଆମାଜନ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ମଧ୍ୟ ଏଥିପାଇଁ ଅନୁମତି ଲୋଡ଼ିଥିବାରୁ ସାଟେଲାଇଟ ଯୋଗାଯୋଗ ସେବା କ୍ଷେତ୍ରରେ ଜିଓଙ୍କୁ ଏହି ଅନୁମତି ଦିଆଯିବା ନିଶ୍ଚିତ ଭାବେ ଏକ ବଡ଼ ପଦକ୍ଷେପ ଅଟେ । ସାଟେଲାଇଟ୍ ଇଣ୍ଟରନେଟ ମାଧ୍ୟମରେ ଗ୍ରାମାଞ୍ଚଳକୁ ସଂଯୋଗ କରିବା ନେଇ ବିଶ୍ୱସ୍ତରରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଆମାଜନର କୁଇପର ଇନିସିଏଟିଭ୍ ୧୦ ବିଲିୟନ ଡଲାର ନିବେଶ ପାଇଁ ପ୍ଲାନ କରିଥିବା ବେଳେ ଷ୍ଟାରଲିଙ୍କ ନିକଟରେ ଶ୍ରୀଲଙ୍କାରେ ସେବା ଆରମ୍ଭ କରିବା ନେଇ ପ୍ରାଥମିକ ଅନୁମୋଦନ ପାଇ ସାରିଛି ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post