ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ସାଧାରଣତନ୍ତ୍ର ଦିବସ ଅଫର ଘୋଷଣା କରିଛି । ଏହି ଅଫର ଅନୁଯାୟୀ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ କରିବା ସହିତ ଗ୍ରାହକଙ୍କୁ ୩୬୫ ଦିନର ବୈଧତା, ଦୈନିକ ୨.୫ ଜିବି ହାଇ-ସ୍ପିଡ଼ ଡାଟା ସାଙ୍ଗକୁ ୩ ହଜାର ଟଙ୍କାରୁ ଅଧିକ ମୂଲ୍ୟର ରିହାତି କୁପନ ମିଳିବ । ସପିଂ, ଭ୍ରମଣ ଏବଂ ଖାଦ୍ୟ ବିଲ୍ ପ୍ରଦାନ ପାଇଁ ଏହି କୁପନ୍ ବ୍ୟବହାର କରାଯାଇପାରିବ । ଗ୍ରାହକ ଜିଓର ଏହି ବାର୍ଷିକ ପ୍ଲାନ୍ ରିଚାର୍ଜ କରିବା ସହିତ ତାଙ୍କୁ ମିଳୁଥିବା କୁପନ୍ ସଙ୍ଗେ ସଙ୍ଗେ ମାଇଁ ଜିଓ ଆପ୍ରେ ଉପଲବ୍ଧ ହେବ । ଏହି ଅଫରର ଲାଭ କେବଳ ଜାନୁଆରି ୩୧ ପର୍ଯ୍ୟନ୍ତ ମିଳିପାରିବ ।ମିଳିଥିବା କୁପନ ବଳରେ ରିଲାଏନ୍ସର ଆଜିଓ ଆପ୍ରୁ ସର୍ବନିମ୍ନ ୨୪୯୯ ଟଙ୍କା କିଣିଲେ ଗ୍ରାହକଙ୍କୁ ୫୦୦ ଟଙ୍କାର ରିହାତି ମିଳିବ । ଏଥିସହିତ ଟିରାର ସୌନ୍ଦର୍ଯ୍ୟ ସାମଗ୍ରୀ କିଣିଲେ ଗ୍ରାହକଙ୍କୁ ୩୦% ରିହାତି ମିଳିବ, ଯାହା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ । ରିଲାଏନ୍ସ ଡିଜିଟାଲରେ ସର୍ବନିମ୍ନ ୫,୦୦୦ ଟଙ୍କାର କ୍ରୟ ଉପରେ ୧୦ ପ୍ରତିଶତ ରିହାତି ମିଳିବ ଏବଂ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ସର୍ବାଧିକ ରିହାତି ସୀମା ୧୦,୦୦୦ ଟଙ୍କା ରହିଛି ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Next Post