ମୋବାଇଲଟି ହଜିଯାଏ ତେବେ ଆପଣ କ’ଣ କରିବେ?
ମୋବାଇଲ ସମସ୍ତଙ୍କ ଜୀବନର ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । କଥାବାର୍ତ୍ତା ଠାରୁ ଆରମ୍ଭ କରି ଫିଲ୍ମ ଦେଖିବା, ଆର୍ଥିକ ଟ୍ରାଞ୍ଜାକସନ କରିବା ଏବଂ ଆହୁରି ଅନେକ ଜିନିଷ ମୋବାଇଲର ବ୍ୟବହାର ଦ୍ୱାରା କରାଯାଇଥାଏ । ଏପରି ସ୍ଥଳେ ଯଦି ଆପଣଙ୍କର ମୋବାଇଲଟି ହଠାତ୍ ହଜିଯାଏ, ତେବେ ଆପଣ କ’ଣ କରିବେ? ଉକ୍ତ ମୋବାଇଲରେ ଆପଣଙ୍କର କଲ ହିଷ୍ଟ୍ରି, ହ୍ୱାଟସଆପ, ମେସେଜ୍, କଣ୍ଟାକ୍ଟ ନମ୍ବର, ଫଟୋ, ଭିଡିଓ, ବ୍ୟାଙ୍କ ଡାଟା ଏବଂ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ରହିଥାଏ । ତେଣୁ କୌଣସି ଅସାମାଜିକ ବ୍ୟକ୍ତିଙ୍କ ହାତକୁ ଏହି ତଥ୍ୟ ଚାଲିଗଲେ ତାହା ଆପଣଙ୍କ ପାଇଁ ନିଶ୍ଚିତ ଭାବେ ସମସ୍ୟାକୁ ଡାକି ଆଣିବ ।କିନ୍ତୁ ଯଦି ଆପଣ ଚାହିଁବେ ଘରେ ବସି ଚୋରି ମୋବାଇଲର ସମସ୍ତ ଡାଟାକୁ ଡିଲିଟ୍ କରିପାରିବେ । ଏଥିପାଇଁ କେବଳ ଗୋଟିଏ ଜିନିଷର ଆବଶ୍ୟକତା ଅଛି । ତାହା ହେଉଛି, ଚୋରି ମୋବାଇଲର ଇଣ୍ଟରନେଟ୍ ଡାଟା ଅନ୍ ଥିବା ଦରକାର । ପ୍ରଥମେ ଆପଣଙ୍କୁ ଅନ୍ୟ ଏକ ମୋବାଇଲରେ କ୍ରୋମ, ଓପେରା ବା ଅନ୍ୟ ଯେ କୌଣସି ବ୍ରାଉଜର ଖୋଲିବାକୁ ପଡ଼ିବ । ଏହାପରେ ଗୁଗଲରେ ଆପଣ ‘ଫାଇଣ୍ଡ ମାଇଁ ଡିଭାଇସ’ ଲେଖି ସର୍ଚ୍ଚ କରିବାକୁ ପଡ଼ିବ ।