ମୃତ୍ୟୁ ତାରିଖ ଜଣାଇବ AI

ସମସ୍ତେ ଜାଣିଛନ୍ତି ମୃତ୍ୟୁ ଚିରନ୍ତନ ସତ୍ୟ । କିନ୍ତୁ ମୃତ୍ୟୁ କେତେବେଳେ ଯେ ଆସିବ ତାହା କାହାକୁ ବି ଜଣା ନଥାଏ । ଯଦି ଆପଣଙ୍କୁ ଆପଣଙ୍କ ମୃତ୍ୟୁର ସମୟ ବିଷୟରେ ପୂର୍ବରୁ ହିଁ କୁହାଯିବ ତେବେ ଆପଣ କଣ କରିବେ । ମୃତ୍ୟୁ ସମୟ ବିଷୟରେ ଜାଣିଲେ ଆପଣ ହୁଏତ ଚିନ୍ତାରେ ପଡ଼ିଯିବେ । କାରଣ ପ୍ରତ୍ୟେକ କ୍ଷଣରେ ଆପଣଙ୍କୁ ମୃତ୍ୟୁର ଭୟ ଘାରିବ । ତେବେ ମୃତ୍ୟୁର ତାରିଖ ବିଷୟରେ ଆପଣ କେମିତି ଜାଣିବେ ଭାବୁଛନ୍ତି କି । ଏଭଳି ପ୍ରଶ୍ନ ଆପଣଙ୍କ ମନରେ ଆସୁଥିଲେ ତାହା ଖୁବଶୀଘ୍ର ଦୂର ହେବ । କାରଣ ଏଭଳି ପ୍ରଶ୍ନକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ ଆଣିଛନ୍ତି ଏକ ସ୍ୱତନ୍ତ୍ର ମଡେଲ ।ତେବେ AI ଆପଣଙ୍କ ମୃତ୍ୟୁ ତାରିଖ ଜଣାଇବ । କଥାଟା ବିଶ୍ୱାସ ହେଉନି ବୋଧେ । କିନ୍ତୁ AI ଟେକନିକ୍‌ ଏଭଳି କିଛି ଚମତ୍କାର ଦେଖାଇବାକୁ ଯାଉଛି, ଯାହା ଆପଣଙ୍କ ମୃତ୍ୟୁର ତାରିଖ କହିବ । AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଯାହା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ତାହା ବର୍ତ୍ତମାନ ଆପଣଙ୍କ ମୃତ୍ୟୁ ତାରିଖକୁ ଜଣାଇବ । AI ପାଇଁ ଅନେକ ଲୋକ ନିଜର ଚାକିରି ହରାଇଛନ୍ତି ଏବଂ ଆଗାମୀ ସମୟରେ ଏହା ଆହୁରି ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଆପଣଙ୍କ ମୃତ୍ୟୁ ତାରିଖ ବିଷୟରେ ଭବିଷ୍ୟବାଣୀ କରିବ AI ।ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏତେ ଅଧିକ ଅଗ୍ରଗତି କରୁଛି ଯେ ଏହି ଟେକନିକ୍‌ ଦ୍ୱାରା ମଣିଷର ମୃତ୍ୟୁ ସମୟ ବିଷୟରେ କୁହାଯାଇ ପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ବୈଜ୍ଞାନିକମାନେ ଏଥିପାଇଁ ଏକ ଡେଥ କାଲକୁଲେଟର ପ୍ରସ୍ତୁତ କରୁଛନ୍ତି । କୌଣସି ବ୍ୟକ୍ତିଙ୍କର ମୃତ୍ୟୁ କେଉଁ ସମୟରେ ହେବ ତାହା ଜାଣିବା ପାଇଁ ଚାଟଜିପିଟି ଟେକନିକ୍‌ ର ବ୍ୟବହାର କରାଯିବ ।