ଅନ୍ତଃରାଷ୍ଟ୍ରୀୟ ତଥା ପ୍ରିମିୟମ ସ୍ମାର୍ଟଫୋନ୍ ନିର୍ମାତା ଆପଲ୍ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଆଇଫୋନ୍ ଉତ୍ପାଦନ ବଢାଇବା ନେଇ ବିଚାରବିମର୍ଶ କରୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କାରଣ ନିକଟରେ କମ୍ପାନୀ ଭାରତୀୟ ବଜାରରେ ଆପଲର ଏକ୍ସକ୍ଲୁସିଭ ଆଉଟଲେଟ ଜରିଆରେ ଗ୍ରାହକଙ୍କୁ ଆଇଫୋନର ସମସ୍ତ ଉତ୍ପାଦ ଯୋଗାଉଛି। ଏପରିକି ଭାରତୀୟ ବଜାରରେ ଆପଲ ବ୍ରାଣ୍ଡ୍ର ଚାହିଦା ପୂର୍ବପେକ୍ଷା ବୃଦ୍ଧି ପାଇଛି। ଫଳରେ କମ୍ପାନୀ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ମଧ୍ୟରେ ଆଇଫୋନ୍ ଉତ୍ପାଦନ ପୂର୍ବପେକ୍ଷା ୨ରୁ ୩ ଗୁଣା ବଢାଇବାକୁ ଯୋଜନା କରୁଛି। ଅପରପକ୍ଷରେ ଭାରତରୁ ସର୍ବାଧିକ ଫୋନ୍ ରପ୍ତାନି କରୁଥିବା ସଂସ୍ଥା ଭାବେ ଆପଲ୍ ପ୍ରଥମ ସ୍ଥାନ ଅଧିକାର କରିଛି। ଦୀର୍ଘ ବର୍ଷ ଧରି ଉକ୍ତ ସ୍ଥାନ ସାମ୍ସଙ୍ଗ ନିକଟରେ ରହିଥିବାବେଳେ ବର୍ତ୍ତମାନ ଆପଲ ସେହି ସ୍ଥାନ ଗ୍ରହଣ କରିଛି। ସେହିଭଳି ଆଗାମୀ ଦିନରେ ଆଇଫୋନ ସିରିଜର ଉତ୍ପାଦନକୁ ବ୍ୟାପକ କରିବା ସହିତ ଆଇଫୋନ୍ ବ୍ୟତୀତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ କମ୍ପାନୀ ଭାରତରେ ତିଆରି କରିବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଆପଲର ସ୍ବୀକୃତିପ୍ରାପ୍ତ ତଥା ତିନି ଭାରତୀୟ ଚୁକ୍ତିଭିତ୍ତିକ ଉତ୍ପାଦନକାରୀ ଫକ୍ସକନ୍, ୱଷ୍ଟ୍ରନ୍ ଓ ପେଗାଟ୍ରନ୍ ଭାରତରେ ଆଇଫୋନ୍ ତିଆରି କରୁଛନ୍ତି। ଏପରିକି ୨୦୨୪-୨୫ ଆର୍ଥିକ ବର୍ଷରୁ ଉକ୍ତ ଉତ୍ପାଦନକାରୀ ସଂସ୍ଥାଗୁଡିକ ଭାରତରେ ଆଇପଡ୍ ଉତ୍ପାଦନ ଆରମ୍ଭ କରିବେ ବୋଲି ଆପଲ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ,୨୦୨୨ରେ ଆପଲ୍ ସାରା ବିଶ୍ବରେ ୧୯,୧୦୦ କୋଟି ଡଲାର ମୂଲ୍ୟର ଆଇଫୋନ୍ ଏବଂ ୩୮୩୬କୋଟି ଡଲାରର ଅନ୍ୟାନ୍ୟ ଆପଲ ଉତ୍ପାଦ ବିକ୍ରି କରିଥିଲା। ଏପରିକି ନିକଟରେ କମ୍ପାନୀ ଆଇଫୋନ୍ ୧୫ ସରିଜିର ୪ଟି ଏକ୍ସକ୍ଲୁସିଭ ମଡେଲକୁ କମ୍ପାନୀ ଅନ୍ତଃରାଷ୍ଟ୍ରୀୟସ୍ତରରେ ଉନ୍ମୋଚନ କରିଥିଲା। ବିଶେଷ କରି ଉକ୍ତ ମଡେଲ୍ ମଧ୍ୟରୁ କିଛି ମଡେଲ ଭାରତ ବଜାରରେ ତିଆରି କରାଯାଉଛି। ସେହିପରି ପ୍ରଥମ ଥର ପାଇଁ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ୍ ଭାରତୀୟ ବଜାରରେ ପ୍ରଥମ ଦିନରୁ ବିକ୍ରି ହୋଇଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post