ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବଡ଼ ସଫଳତା ମିଳିଛି । ଇସ୍ରାଏଲର ପ୍ରସିଦ୍ଧ ସେମିକଣ୍ଡକ୍ଟର ନିର୍ମାତା କମ୍ପାନୀ ଟାୱାର ଦେଶରେ ୮ ଆରବ ଡଲାରର ନିବେଶରେ ପ୍ଲାଣ୍ଟ ନିର୍ମାଣ କାରିବାକୁ ପ୍ରସ୍ତାବ ଦେଇଛି । ଯଦି ଏହି ପ୍ଲାଣ୍ଟକୁ ନିର୍ମାଣରେ ସଫଳତା ମିଳୁଛି ତେବେ ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବହୁ ସମୟରୁ ଦେଶରେ ସେମିକଣ୍ଡକ୍ଟର ମ୍ୟାନ୍ୟୁଫାକେ୍ଚରିଙ୍ଗକୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରୁଛନ୍ତି । ଏଥିପାଇଁ ସରକାର ଡିସେମ୍ବର ୨୦୨୧ ରେ ୧୦ ଆରବ ଡଲାର ସ୍କିମର ମଧ୍ୟ ଘୋଷଣା କରିଥିଲେ ।ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କମ୍ପାନୀ ଟାୱାର ଭାରତରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ଲଗାଇବାରେ ଉତ୍ସାହ ଦେଖାଇଛି । କମ୍ପାନୀ ଭାରତ ସରକାରଙ୍କୁ ୮ ଆରବ ଡଲାରର ପ୍ରସ୍ତାବ ମଧ୍ୟ ଦେଇଛି । ଏଥିପାଇଁ କମ୍ପାନୀ ସରକାରଙ୍କ ଠାରୁ ଇନସେଟିଭର ଡିମାଣ୍ଡ କରିଛି । ପ୍ରସ୍ତାବ ମୁତାବକ ଟାୱାର ଭାରତରେ ୬୫ ନାନୋମିଟର ଏବଂ ୪୦ ନାନୋମିଟର ଚିପ ପ୍ରସ୍ତୁତ କରିବ ।
Trending
- ‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି
- ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି
- ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
Prev Post
Next Post