ବିଶ୍ବର ପ୍ରଥମ ସିଏନ୍ଜି ବାଇକ୍ ‘ଫ୍ରିଡମ୍ ୧୨୫’
ବିଶ୍ବର ପ୍ରଥମ ସିଏନ୍ଜି ବାଇକ୍କୁ ଶୁକ୍ରବାର ଉନ୍ମୋଚନ କରାଯିବ। ପୁନେରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାକୁ ଉନ୍ମୋଚନ କରିବେ। ବାଇକ୍ର ନାମ ‘ଫ୍ରିଡମ୍ ୧୨୫’ ରଖାଯାଇଥିବା କୁହାଯାଉଛି। ଏହି ବାଇକ୍ରେ ଉଭୟ ପେଟ୍ରୋଲ୍ ଓ ସିଏନ୍ଜିର ବିକଳ୍ପ ରହିଛି। ସେଥିରେ ଥିବା ସୁଇଚ୍କୁ ବ୍ୟବହାର କରି ଗ୍ରାହକମାନେ ନିଜ ସୁବିଧାର ଇନ୍ଧନ ବିକଳ୍ପ ଚୟନ କରିପାରିବେ। ସିଏନ୍ଜି ବାଇକ୍କୁ ଗ୍ରାହକମାନଙ୍କ ଲାଗି ସୁଲଭ ମୂଲ୍ୟରେ ଉପଲବ୍ଧ କରିବାକୁ କମ୍ପାନି ପ୍ରତିବଦ୍ଧ ଥିବା କହିଥିଲା। ତେଣୁ ଏହାର ଦାମ୍ ଗ୍ରାହକଙ୍କୁ ସୁହାଇବା ଭଳି ହେବ ବୋଲି ଆଶା କରାଯାଉଛି।