ବିର୍ଲା ଓପସ୍ ପେଣ୍ଟସ୍
ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ବିର୍ଲା ଓପସ୍ର ନୂତନ ଉତ୍ପାଦ ‘ବିର୍ଲା ଓପସ୍ ପେଣ୍ଟସ୍’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ବିର୍ଲା ଓପସ୍ ସମସ୍ତ ବର୍ଗରେ ଏକ ବିବିଧ ପୋର୍ଟଫୋଲିଓ ଏବଂ ଇଣ୍ଟେରିୟର, ଏକ୍ସେଟେରିୟର, ୱାଟରପ୍ରୁଫିଙ୍ଗ୍, ଏନାମେଲ ପେଣ୍ଟ, ଉଡ୍ ଫିନିଶ ଓ ୱାଲ୍ପେପର ଭଳି ବର୍ଗଗୁଡ଼ିକରେ ଉତ୍କୃଷ୍ଟମାନର ଗୁଡିକର ଏକ ସମ୍ପୂର୍ଣ୍ଣ ରେଞ୍ଜ ପ୍ରଦାନ କରୁଛି। ବିର୍ଲାର ବିରାସତ ଓ ବିଶ୍ୱାସ ସହିତ ଓପସ୍ର ସୃଜନଶୀଳତାର ମିଶ୍ରଣ ସହ ବିର୍ଲା ଓପସ୍ ପେଣ୍ଟସ୍ ଶିଳ୍ପକୁ ପୁନଃ ପରିଭାଷିତ କରିବା ଓ ଉଦ୍ଭାବନକୁ ତ୍ୱରାନ୍ବିତ କରିବା ପାଇଁ ଲକ୍ଷ୍ୟ ରଖିଛି।ଅପରପକ୍ଷରେ ବିର୍ଲା ଓପସ୍ ପେଣ୍ଟସ୍ ସହ ଆଦିତ୍ୟ ବିର୍ଲା ଗ୍ରୁପ୍ ପ୍ରାୟ ୧୦,୦୦୦କୋଟି ଟଙ୍କାର ନିବେଶ ସହ ପେଣ୍ଟ ଶିଳ୍ପରେ ଏକ ଅପ୍ରତ୍ୟାଶିତ ସ୍ତର ସହିତ ଦ୍ରୁତବେଗରେ ସମ୍ପ୍ରସାରିତ ହେଉଥିବା ଭାରତୀୟ ଡେକୋରେଟିଭ ପେଣ୍ଟ ମାର୍କେଟ୍ରେ ପ୍ରବେଶ କରିଛି। ଚଳିତ ମାସରୁ ଆରମ୍ଭ ହେଉଥିବା ବିର୍ଲା ଓପସ୍ ପେଣ୍ଟସ ପ୍ରଡକ୍ଟ ରେଞ୍ଜ ବର୍ତ୍ତମାନ ଦେଶବ୍ୟାପୀ ତା’ର ମଜଭୁତ ଡିଲର ନେଟ୍ୱର୍କ ମାଧ୍ୟମରେ ଉପଲବ୍ଧ ହେଉଛି। ଏପରିକି ଗ୍ରାହକମାନେ ଭୁବନେଶର ନିକଟସ୍ଥ ଡିଲରରେ ବିର୍ଲା ଓପସ୍ ପ୍ରଡକ୍ଟଗୁଡିକର ସମଗ୍ର ରେଞ୍ଜକୁ ପାଇପାରିବେ।ଏ ସମ୍ପର୍କରେ ବିର୍ଲା ଓପସ୍ର ସିଇଓ ରକ୍ଷିତ୍ ହର୍ଗାଭେ କହିଛନ୍ତି, ବିର୍ଲା ଓପସ୍ ଆଦିତ୍ୟ ବିର୍ଲା ଗ୍ରୁପ୍ ଭବିଷ୍ୟତ ପାଇଁ ଏକ ରଣନୈତିକ ଲମ୍ଫକୁ ପ୍ରତିପାଦିତ କରୁଛି, ଯେଉଁଠାରେ ଏହା ପେଣ୍ଟସ ଶିଳ୍ପରେ ଏକ ନୂତନ ଯୁଗରେ ପ୍ରବେଶ କରିବା ପାଇଁ ପ୍ରୟାସ କରୁଛି। ସେହିଭଳି ବ୍ରାଣ୍ଡ୍ର ବ୍ୟାପକ ପହଞ୍ଚକୁ ଆଗକୁ ବଢ଼ାଇବା ପାଇଁ ସହରଗୁଡିକରେ ବିତରଣକୁ ଦ୍ରୁତବେଗରେ ପରିଚାଳନା କରାଯିବା ସହ ଆମର ନେଟ୍ୱର୍କ ସୁଦୃଢ କରାଯାଉଛି। ଏପରିକି ଆମର ଡିଲର ମିଟ୍ ଏବଂ ଏକ୍ସପୋଗୁଡିକରେ ପେଣ୍ଟର, କଣ୍ଟ୍ରାକ୍ଟର, ଆର୍କିଟେକ୍ଟ, ଇଣ୍ଟେରିୟର ଡିଜାଇନରମାନଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ଉତ୍ସାହଜନକ ରହିଛି।