ବିଦେଶୀ ଛାଡ଼ି ଦେଶୀ ବ୍ରାଣ୍ଡ୍ କିଣୁଛନ୍ତି
ଯୁଗ ବଦଳିଛି। ବିଦେଶୀ ଜିନିଷ ସବୁଠୁ ଭଲ। ଏହି ଧାରଣା ବଦଳିବାରେ ଲାଗିଛି। ଏହି ଧାରାରେ ପରିବର୍ତ୍ତନ ଆଣିବାର ନେତୃତ୍ବ ନେଇଛନ୍ତି ଦେଶର ଯୁବପିଢ଼ି। ସେମାନେ ବିଦେଶୀ ବ୍ରାଣ୍ଡ୍ ଛାଡ଼ି ଏବେ ଦେଶୀ କମ୍ପାନିର ଜିନିଷ କିଣିବା ପ୍ରତି ଆଗ୍ରହ ଦେଖାଇଛନ୍ତି। କେତେକ ନିର୍ଦ୍ଦିଷ୍ଟ ବର୍ଗ ଯଥା ସ୍ମାର୍ଟୱାଚ୍, ଓୟାରଲେସ୍ ସ୍ପିକର ଏବଂ ପର୍ସନାଲ୍ କେୟାର ଜିନିଷ କିଣିବା ବେଳେ ଯୁବପିଢ଼ି ମେଡ୍ ଇନ୍ ଇଣ୍ଡିଆ ବ୍ରାଣ୍ଡ୍ ପସନ୍ଦ କରୁଛନ୍ତି। ପୂର୍ବରୁ ତିରିଶରୁ ୫୦ ବର୍ଷ ବୟସ ବର୍ଗର ଲୋକମାନେ ବିଦେଶୀ ଜିନିଷ ଓ ବ୍ରାଣ୍ଡ୍କୁ ଅଧିକ ପ୍ରାଧ୍ୟାନ୍ୟ ଦେଉଥିଲେ। ଏବେ ସେହି ବର୍ଗର ଯୁବକଯୁବତୀମାନେ ଅଧିକ ଦେଶୀ ଜିନିଷ କିଣୁଛନ୍ତି। ନିଲ୍ସନ୍ଆଇକ୍ୟୁର ଏକ ସର୍ବେକ୍ଷଣ ଅନୁଯାୟୀ ଦେଶରେ ଏଭଳି ୧୦ କୋଟି ଯୁବକଯୁବତୀ ରହିଛନ୍ତି ଯେଉଁମାନେ ଦେଶୀ ବ୍ରାଣ୍ଡ୍ର ଜିନିଷ କିଣିବାକୁ ପସନ୍ଦ କରୁଛନ୍ତି। ସେଥିପାଇଁ ସେହି ଜିନିଷଗୁଡ଼ିକର ବିକ୍ରି ଗତ କିଛି ବର୍ଷ ମଧ୍ୟରେ ୨-୩ ଗୁଣା ବୃଦ୍ଧି ପାଇଥିବା ଜଣାପଡ଼ିଛି।