ବାଇକର ଲାଗିଥିବା ଏହି ନାଲି ସୁଇଚକୁ କିଲ୍ ସୁଇଚ୍ କୁହାଯାଏ । ଏହି ସୁଇଚଟି ଏକ ଇମର୍ଜେନ୍ସି ସୁଇଚ୍ । ବାଇକର ଇଞ୍ଜିନକୁ ହଠାତ ବନ୍ଦ କରିବାକୁ ଚାହୁଁଥିଲେ ଏହି କିଲ୍ ସୁଇଚ୍ ବ୍ୟବହାର କରିବାକୁ ପଡିଥାଏ । ଚାବିରେ ହଠାତ ବନ୍ଦ କରିଦେବା ଗାଡି ଇଞ୍ଜିନ ଉପରେ ଖରାପ ପ୍ରଭାବ ପକାଇଥାଏ ମାତ୍ର କିଲ୍ ସୁଇଚ୍ ସମାନ କାମ କରୁଥିଲେ ମଧ୍ୟ ଏହା ଇଞ୍ଜିନର କାର୍ଯ୍ୟକାରିତାକୁ ପ୍ରଭାବିତ କରିନଥାଏ ।ନୂଆ କରି ଗାଡି ଶିଖୁଥିବା ଚାଳକଙ୍କ ପାଇଁ ଏହା ବେଶ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହି ସୁଇଚର ନାମ ପରି ଏହାର କାମ ମଧ୍ୟ ସମାନ । ଏହା ଇଞ୍ଜିନର ସମସ୍ତ ବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରିବାରେ ସମର୍ଥ ହୋଇଥାଏ । ତେବେ ଏହାର ନିୟମିତ ବ୍ୟବହାର ଦୀର୍ଘସ୍ଥାୟୀ ଭାବରେ ଇଞ୍ଜିନ ଉପରେ ପ୍ରଭାବ ପକାଇପାରେ । ତେବେ ତୁରନ୍ତ ସେଭଳି କିଛି କ୍ଷତି ଘଟିବାର ସମ୍ଭାବନା କମ ରହିଥାଏ ।ଏହି ସୁଇଚର ବ୍ୟବହାର ପୂର୍ବରୁ ଏହା ସମ୍ପର୍କରେ କିଛି ଜିନିଷ ଜାଣି ନେବା ଆବଶ୍ୟକ । ଷ୍ଟାର୍ଟ କରିବା ପୂର୍ବରୁ ସର୍ବଦା ଏହାକୁ ତାର ପୂର୍ବ ସ୍ଥିତିରେ ରଖନ୍ତୁ । ନିଜର ବୁଢା ଆଙ୍ଗୁଳି ସାହାଯ୍ୟରେ ଏହାକୁ ଦବାନ୍ତୁ ଅଧିକ ଚାପ ପ୍ରୟୋଗ କଲେ ଏହା ଭାଙ୍ଗିବାର ସମ୍ଭାବନା ରହିଥାଏ ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Prev Post
Next Post