‘ଫ୍ରି’ରେ ହେବ ଫୋନ୍‌ ରିଚାର୍ଜ

ଫ୍ଲିପକାର୍ଟରେ ମିଳୁଛି ବଢିଆ ଅଫର

ଫ୍ଲିପକାର୍ଟରୁ ସପିଂ କରୁଛନ୍ତି କି । ଫ୍ଲିପକାର୍ଟ ଦାବି କରିଛି ମୋବାଇଲ ରିଚାର୍ଜ ଫ୍ରି ସହିତ ସମାନ । କମ୍ପାନୀ ଫ୍ଲିପକାର୍ଟ ସୁପର କଏନ୍ସ ଦ୍ୱାରା ଆପଣଙ୍କୁ ରିଚାର୍ଜ କରିବାର ଲାଭ ଦେବ । ତେବେ ଆସନ୍ତୁ ଜାଣିବା ଆପଣ ରିଚାର୍ଜ ଅଫରର ଲାଭ କିପରି ଉଠାଇ ପାରିବେ ।ଫ୍ଲିପକାର୍ଟ ପ୍ଲସ୍ ୟୁଜର୍ସ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ୧୦୦ଟଙ୍କାରେ ୪ଟି ସୁପର କଏନ୍ସ ପାଇପାରିବେ । ଗୋଟିଏ ଜିନିଷ ଅର୍ଡର କଲେ ପାଖାପାଖି ୧୦୦ଟି ସୁପର କଏନ୍ସ ମିଳିଥାଏ ।

. ସାଧାରଣ ୟୁଜର୍ସ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ୧୦୦ ଟଙ୍କାରେ ୨ଟି ସୁପର କଏନ୍ସ ପାଇଥାନ୍ତି । ଗୋଟିଏ ଅର୍ଡରରେ ସର୍ବାଧିକ ୫୦ଟି ସୁପର କଏନ୍ସ ମିଳିଥାଏ ।
. ଫ୍ଲିପକାର୍ଟର Ola, Oyo ଭଳି ପାର୍ଟନରଙ୍କ ସର୍ଭିସ ନେବା ପରେ ସୁପର କଏନ୍ସ ପାଇ ପାରିବେ ।
. କେବଳ ଫ୍ଲିପକାର୍ଟ ଆପରେ ସୁପର କଏନ୍ସର ଲାଭ ଉଠାଇ ପାରିବେ ।
. ଫ୍ଲିପକାର୍ଟ ଆପ୍ ମାଧ୍ୟମରେ ଫ୍ଲାଇଟ୍‌ ବୁକିଂରେ ମଧ୍ୟ ସୁପର କଏନ୍ସ ମିଳିବ ।
. ଫ୍ଲିପକାର୍ଟ ଆପରେ ଗେମ୍ସ ଖେଳିବା ଦ୍ୱାରା ମଧ୍ୟ ଆପଣ ସୁପରକଏନ୍ ପାଇ ପାରିବେ ।

ଫ୍ଲିପକାର୍ଟରୁ ଜିନିଷ କିଣିବା ସମୟରେ ଫ୍ଲିପକାର୍ଟ ପ୍ଲସ୍ ମେମ୍ବର୍ସମାନେ ସୁପର କଏନ୍ସ ଦ୍ୱାରା ପେମେଣ୍ଟ କରିପାରିବେ ।