ଫୋନ୍ପେ, ଗୁଗୁଲ୍ପେ କବ୍ଜାରେ ଡିଜିଟାଲ୍ ପେମେଣ୍ଟ୍
ଭାରତରେ କୋଟି କୋଟି ଲୋକ ପ୍ରତିଦିନ ଡିଜିଟାଲ୍ ପେମେଣ୍ଟ୍ କରୁଛନ୍ତି। ସେମାନେ ମୁଖ୍ୟତଃ ଦୁଇଟି ଆପ୍କୁ ସେଥିପାଇଁ ବ୍ୟବହାର କରୁଛନ୍ତି। ତାହା ହେଉଛି ଫୋନ୍ପେ ଓ ଗୁଗୁଲ୍ପେ। ଏହି ଦୁଇ ଆପ୍ ବିଦେଶୀ କମ୍ପାନି ମାଲିକାନାରେ ରହିଛି। ଆମେରିକାର କମ୍ପାନି ୱାଲ୍ମାର୍ଟ ଅଧୀନରେ ଫୋନ୍ପେ ପରିଚାଳିତ ହେଉଥିବା ବେଳେ ଇଣ୍ଟରନେଟ୍ କମ୍ପାନି ଗୁଗୁଲ୍ ଅଧୀନରେ ଗୁଗୁଲ୍ପେ ପରିଚାଳିତ ହେଉଛି। ଦୁଇ ବିଦେଶୀ କମ୍ପାନି ଆଧିପତ୍ୟରେ ଡିଜିଟାଲ୍ ପେମେଣ୍ଟ୍ ବଜାରର ସିଂହଭାଗ ରହିବାକୁ ନେଇ ଏକ ସଂସଦୀୟ କମିଟି ଚିନ୍ତା ପ୍ରକଟ କରିଛି। ଦେଶ ଭିତର କମ୍ପାନି ବିକାଶ କରିଥିବା ଆପ୍ ଜରିଆରେ ଅଧିକ ମାତ୍ରାରେ ୟୁପିଆଇ କାରବାର କରିବା ଲାଗି ବ୍ୟବସ୍ଥା କରିବାକୁ କମିଟି ସରକାରଙ୍କୁ ସୁପାରିସ କରିଛି।