ଜୀବନର ଚଳଣିକୁ ସହଜ କରିବାକୁ ଇପିଏଫଓ ପକ୍ଷରୁ ୨୦୧୫ ମସିହାରେ ପେନସନଧାରୀଙ୍କ ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟ (ଡିଏଲଓ) ବ୍ୟବସ୍ଥା ଆରମ୍ଭ କରାଗଲା । ଇପିଏସ୍ ପେନସନଧାରୀଙ୍କ ପାଖରୁ ଇପିଏଫଓ ବାୟୋମେଟ୍ରିକ ପ୍ରମାଣନ ପ୍ରକ୍ରିୟାରେ ଡିଏଲସି ଗ୍ରହଣ କଲା । ବାୟୋମେଟ୍ରିକ ଭିତ୍ତିକ ଡିଏଲସି ଦାଖଲ କରିବାକୁ ହେଲେ ଜଣେ ପେନସନଧାରୀଙ୍କୁ ଯେକୌଣସି ବ୍ୟାଙ୍କ, ଡାକଘର, ସାଧାରଣ ସେବା କେନ୍ଦ୍ର କିମ୍ବା ଇପିଏଫଓ କାର୍ଯ୍ୟାଳୟ ଯିବାକୁ ପଡ଼ିଥାଏ, କାରଣ ସେଠାରେ ଆଙ୍ଗୁଠି ଛାପ ଓ ଆଖି ଡୋଳାର ଚିତ୍ର ଗ୍ରହଣ କରିବାକୁ ଯନ୍ତ୍ର ଉପଲବ୍ଧ ହୋଇଥାଏ ।ବ୍ୟାଙ୍କ ଓ ଡାକଘରକୁ ବ୍ୟକ୍ତିଗତ ଭାବେ ଯିବାରେ ବରିଷ୍ଠ ନାଗରିକ ମାନେ ସମୁଖୀନ ହେଉଥିବା ସମସ୍ୟାକୁ ହ୍ରାସ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଥ ଇଣ୍ଡିଆ ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ ସକାଶେ ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜିର ବିକାଶ କରାଯାଇଛି । ୨୦୨୨ ମସିହା ଜୁଲାଇ ମାସରେ ଇପିଏଫଓ ଏହି ବ୍ୟବସ୍ଥାକୁ ଗ୍ରହଣ କରିଥିଲା । ପେନସନଧାରୀଙ୍କୁ ଘରେ ବସି ଡିଏଲସି ଦାଖଲ କରିବା ଦିଗରେ ଏହି ନୂତନ ବ୍ୟବସ୍ଥା ବେଶ୍ ଗ୍ରହଣୀୟ, ସହଜ ଏବଂ ଆରାମଦାୟକ । ଯେକୌଣସି ଆଣ୍ଡ୍ରଏଡ ଫୋନ୍ ମାଧ୍ୟମରେ ସେମାନେ ଏହା ଦାଖଲ କରିପାରିବେ, ଯଦ୍ୱାରା ପରିଣତ ବୟସରେ ବ୍ୟାଙ୍କ, ଡାକଘର କିମ୍ବା ଅନ୍ୟ କୌଣସି ସ୍ଥାନକୁ ଏଥିପାଇଁ କଷ୍ଟଦାୟକ ଯାତ୍ରାରୁ ମୁକ୍ତି ମିଳିପାରିବ ।ଏହି ପ୍ରକ୍ରିୟା ଜଣେ ପେନସନଧାରୀଙ୍କୁ ନିଜ ଘରେ ବସ ସୁବିଧାନୁସାରେ ଏକ ସ୍ମାର୍ଟଫୋନ ବ୍ୟବହାର କରି ଫେସିଆଲ ସ୍କାନ ଦ୍ୱାରା ପରିଚୟ ପ୍ରମାଣନ ସମ୍ପନ୍ନ କରିବାର ସୁବିଧା ଦେଉଛି । ଏହି ପ୍ରକ୍ରିୟା ୟୁଆଇଡିଏଆଇର ଫେସ୍ ରିକୋଗନେସନ ଆପ୍ ଦ୍ୱାରା ୟୁଆଇଡିଏଆଇର ଥିବା ଆଧାର ଡାଟାବେସ ସହାୟତାରେ ସମ୍ପନ୍ନ ହୋଇଥାଏ ।ଇପିଏଫଓ ପକ୍ଷରୁ ଫେସିଆଲ ଅଥେଣ୍ଟିକେସନ ଟେକ୍ନୋଲୋଜି ଦ୍ୱାରା ଡିଏଲସି ଦାଖଲ ପ୍ରକ୍ରିୟା ଆରମ୍ଭ କରାଯିବା ପରେ ୨୦୨୨-୨୩ରେ ୨.୧ ଲକ୍ଷ ପେନସନଧାରୀ ଏହାର ସୁବିଧା ନେଇଥିଲେ । ୨୦୨୩-୨୪ ରେ ଏହି ସଂଖ୍ୟା ୬.୬ ଲକ୍ଷକୁ ବୃଦ୍ଧି ପାଇଥିଲା, ଯାହାକି ପ୍ରତ୍ୟେକ ବର୍ଷ ଏହି ଟେକ୍ନୋଲୋଜି ବ୍ୟବହାର କରିବାରେ ୨୦୦% ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି । ୨୦୨୩-୨୪ରେ ଏହି ପ୍ରକ୍ରିୟାରେ ୬.୬ ଲକ୍ଷ ପେନସନଧାରୀଙ୍କ ଜୀବନ ପ୍ରମାଣପତ୍ର ମିଳିଥିଲା, ଯାହାକି ଏହି ଅବଧି ମଧ୍ୟରେ ମିଳିଥିବା ମୋଟ ଡିଜିଟାଲ ଲାଇଫ ସାର୍ଟିଫିକେଟର ୧୦% । ଗତ ଆର୍ଥିକ ବର୍ଷରେ ମୋଟ ପ୍ରାୟ ୬୦ ଲକ୍ଷ ଡିଜିଟାଲ ଲାଇଫ ସାର୍ଟିଫିକେଟ ମିଳିଥିଲା ।ଫେସିଆଲ ଅଥେଣ୍ଟିକେସନ ପ୍ରକ୍ରିୟା ବ୍ୟବହାର କରିବାକୁ ହେଲେ ସ୍ମାଟ ଫୋନରେ ‘ଆଧାର ଫେସ୍ ଆରଡି’ ଏବଂ ‘ଜୀବନ ପ୍ରମାଣନ’ ନାମକ ଦୁଇଟି ଆପ୍ଲିକେସନ ଇନଷ୍ଟଲ କରିବାକୁ ପଡ଼ିବ । ଆଧାର ଲିଙ୍କ ହୋଇଥିବା ମୋବାଇଲ ଫୋନ ଗୁଡ଼ିକରେ ଏହି ଆପ୍ଲିକେସନ ବ୍ୟବହାର ସହଜ । ସଫଳତାର ସହ ଫେସ ସ୍କାନ କରିବାକୁ ଏହି ଆପ ରେ ସମ୍ପୂର୍ଣ୍ଣ ନିୟମାବଳୀ ଉପଲବ୍ଧ । ଥରେ ଫେସ ସ୍କାନ ଶେଷ ହୋଇଗଲେ ଡିଏଲସି ଦାଖଲ ହୋଇଯାଇଥାଏ ଏବଂ ମୋବାଇଲ ସ୍କିନରେ ଏହା ସୂଚିତ ହୋଇଥାଏ । ଏଥିସହ ଘରେ ବସି ଜୀବନ ପ୍ରମାଣନ ଆଇଡି ଏବଂ ପିପିଓ ନମ୍ବର ମଧ୍ୟ ମିଳିଯାଇଥାଏ ।ଇପିଏସ ପେନସନଧାରୀଙ୍କ ଡିଏଲସି ପାଇଁ ଏହି ଅଭିନବ ଓ ସହଜ ଟେକ୍ନୋଲୋଜି ୨୦୨୨ ମସିହା ଜୁଲାଇ ମାସରେ ଇପିଏଫଓ ସଫ୍ଟୱେରରେ ସଂଯୁକ୍ତ କରାଯାଇଥିଲା । ଅଧିକରୁ ଅଧିକ ପେନସନଧାରୀଙ୍କୁ ଏହି ନୂତନ ବ୍ୟବସ୍ଥା ବାବଦରେ ସୂଚିତ କରିବାକୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବ୍ୟବସ୍ଥାକୁ ଲୋକପ୍ରିୟ କରାଇବାକୁ କ୍ଷେତ୍ର କାର୍ଯ୍ୟାଳୟ ଗୁଡ଼ିକରେ ପେନସନଧାରୀଙ୍କୁ ବୁଝାଯିବା ସହ ୨୦୨୩ ମସିହା ଜାନୁଆରୀ ମାସରୁ ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହୋଇ ଆସୁଥିବା ନିଧି ଆପକେ ନିକତ କାର୍ଯ୍ୟକ୍ରମରେ ମଧ୍ୟ ଅବଗତ କରାଯାଉଛି । ଏହି ଟେକ୍ନୋଲୋଜି ବ୍ୟବହାରର ଏକ ବିସ୍ତୃତ ଭିଡିଓ ଇପିଏଫଓର ଅଫିସିଆଲ ୟୁଟ୍ୟୁବ ହ୍ୟାଣ୍ଡଲ @SOCIALEPFO ରେ ଉପଲବ୍ଧ ।
Trending
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
Next Post