ପୁଣି ଥରେ ରିଲାଏନ୍ସ ଜିଓ ଧମାଲ କରିଛି । ଏହା ମଧ୍ୟରେ ଜିଓ ୨୦୦ ଟଙ୍କାରୁ କମ୍ ଦାମ୍ ବିଶିଷ୍ଟ ଏକ ନୂଆ ପ୍ଲାନ୍ ଲଞ୍ଚ କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ଲାନକୁ ରିଚାର୍ଜ କଲେ ଗ୍ରାହକମାନେ କମ୍ ଦାବିରେ ୫ଜି ସୁବିଧା ଉଠାଇ ପାରିବେ । ୧୯୮ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍ ୫ଜି ଡାଟା ଓ କଲିଂ ସୁବିଧା ମିଳୁଛି । ୧୯୮ ଟଙ୍କିଆ ପ୍ରିପେଡ ପ୍ଲାନର ଭାଲିଡିଟୀ ୧୪ ଦିନ ରହିଥିବା ବେଳେ ଏହି ପ୍ଲାନରେ ଦୈନିକ ଗ୍ରାହକଙ୍କୁ ୨ ଜିବି ୪ଜି ଡାଟା ମିଳିଥାଏ । ତେବେ ଗ୍ରାହକମାନେ ଯଦି ଜିଓର ୫ଜି ନେଟୱାର୍କ ଜୋନରେ ରହିଥିବେ ତେବେ ଏହି ପ୍ଲାନ ସହିତ ଅନଲିମିଟେଡ ୫ଜି ଡେଟାର ଫାଇଦା ଉଠାଇ ପାରିବେ । ଦୈନିକ ମିଳୁଥିବା ୪ଜି ଡାଟା ସମାପ୍ତ ହେବା ପରେ ଇଣ୍ଟରନେଟ ସ୍ପିଡ୍ ହ୍ରାସ ପାଇ ୬୪ କେବିପିଏସରେ ରହିଯିବ । ଏହି ରିଚାର୍ଜ କରୁଥିବା ଗ୍ରାହକଙ୍କୁ ଅନଲିମିଟେଡ୍ ଭଏସ୍ କଲିଂ ସୁବିଧା ମଧ୍ୟ ମିଳୁଛି । ଏଥିସହିତ ଦୈନିକ ୧୦୦ ଏସଏମଏସ ମଧ୍ୟ ମାଗଣାରେ ମିଳୁଛି । ଗ୍ରାହକମାନେ ଜିଓଟିଭି, ଜିଓସିନେମା ଓ ଜିଓକ୍ଲାଉଡକୁ ମାଗଣାରେ ମଧ୍ୟ ସବସ୍କ୍ରିପସନ କରିପାରିବେ ସୂଚନାଯୋଗ୍ୟ ଯେ, ଅନଲିମିଟେଡ ୫ଜି ଡାଟା ଅଫର ଉପଲବ୍ଧ ଥିବା ଏହା ହେଉଛି ଜିଓର ସବୁଠାରୁ ଶସ୍ତା ପ୍ଲାନ । ପୂର୍ବରୁ ଅସୀମିତ ୫ଜି ଡାଟା ପାଇଁ ସର୍ବନିମ୍ନ ୩୪୯ ଟଙ୍କା ରିଚାର୍ଜ କରିବାକୁ ପଡ଼ୁଥିଲା ।
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ