ଗ୍ରାହକଙ୍କ ପାଇଁ ଏହି ଶସ୍ତା ଫୋନର ସେଲ୍ ଆରମ୍ଭ ହୋଇଯାଇଛି । ଯଦି ଆପଣ ୩୦୦୦ ଟଙ୍କାରୁ ବି କମ୍ ବଜେଟରେ ଏକ ନୂଆ ଫୋନ୍ କିଣିବାକୁ ଚାହୁଁଥିବେ ତେବେ ଆପଣ ଏହି ଫୋନ୍ କିଣି ପାରିବେ । ସବୁଠାରୁ ମଜା କଥା ହେଉଛି ଆପଣ ଏହି 4G ଫୋନରେ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଭଳି ଆପ୍ ଚଲାଇ ପାରିବେ । ତେବେ କାଇ-ଓଏସ୍ ଆଧାରିତ ଏହି 4G କି-ପ୍ୟାଡ୍ ଫୋନର ଶୁଭାରମ୍ଭ କରାଯାଇଛି । କି-ପ୍ୟାଡ୍ ସ୍ମାର୍ଟଫୋନର ଏହା ଏକ ଡେଭଲପ୍ ଭର୍ସନ । ଯେଉଁଥିରେ ୟୁଟ୍ୟୁବ୍, ଫେସବୁକ୍, ହ୍ଵାଟ୍ସଆପ୍, ଗୁଗଲ ଭଏସ୍ ଆସିଷ୍ଟାଣ୍ଟ ଭଳି ଅନେକ ସୁବିଧା ଓ ଫିଚର ଦିଆଯାଇଛି ।ଜିଓର ଏହି ଶସ୍ତା ଫୋନରେ ୩୨୦ × ୨୪୦ ପିକ୍ସେଲ ରିଜୋଲ୍ୟୁସନ ସହିତ ଏକ TFT ସ୍କ୍ରିନ୍ ଦିଆଯାଇଛି । ୩୦୦୦ ଟଙ୍କାରୁ ବି କମ୍ ଦାମରେ ଆସୁଥିବା ଏହି 4G ଫୋନରେ ୧୮୦୦ mAhର ପାଓ୍ଵାରଫୁଲ ବ୍ୟାଟେରୀ ଦିଆଯାଇଛି । ଏହି ଫୋନରେ ୨୩ଟି ଭାଷାର ସପୋର୍ଟ ଦିଆଯାଇଛି । ଏହାର ଅର୍ଥ ହେଉଛି ଆପଣ ନିଜ ମନ ପସନ୍ଦର ଭାଷାକୁ ବାଛି ଫୋନ୍ ଚଲାଇ ପାରିବେ । ଫୋନ ରିୟରରେ ଦିଆଯାଇଥିବା କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ୦.୩ ମେଗାପିକ୍ସେଲ କ୍ୟାମେରା ସେନ୍ସର ଦିଆଯାଇଛି । ଭିଡିଓ କଲିଂ ଏବଂ ଫଟୋଗ୍ରାଫି ପାଇଁ ଏହି ମୋବାଇଲର ଉଭୟ ପାର୍ଶ୍ୱରେ ଡିଜିଟାଲ କ୍ୟାମେରା ରହିଛି ।
Trending
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
Prev Post
Next Post