ଗ୍ରାହକଙ୍କ ପାଇଁ ଏହି ଶସ୍ତା ଫୋନର ସେଲ୍ ଆରମ୍ଭ ହୋଇଯାଇଛି । ଯଦି ଆପଣ ୩୦୦୦ ଟଙ୍କାରୁ ବି କମ୍ ବଜେଟରେ ଏକ ନୂଆ ଫୋନ୍ କିଣିବାକୁ ଚାହୁଁଥିବେ ତେବେ ଆପଣ ଏହି ଫୋନ୍ କିଣି ପାରିବେ । ସବୁଠାରୁ ମଜା କଥା ହେଉଛି ଆପଣ ଏହି 4G ଫୋନରେ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଭଳି ଆପ୍ ଚଲାଇ ପାରିବେ । ତେବେ କାଇ-ଓଏସ୍ ଆଧାରିତ ଏହି 4G କି-ପ୍ୟାଡ୍ ଫୋନର ଶୁଭାରମ୍ଭ କରାଯାଇଛି । କି-ପ୍ୟାଡ୍ ସ୍ମାର୍ଟଫୋନର ଏହା ଏକ ଡେଭଲପ୍ ଭର୍ସନ । ଯେଉଁଥିରେ ୟୁଟ୍ୟୁବ୍, ଫେସବୁକ୍, ହ୍ଵାଟ୍ସଆପ୍, ଗୁଗଲ ଭଏସ୍ ଆସିଷ୍ଟାଣ୍ଟ ଭଳି ଅନେକ ସୁବିଧା ଓ ଫିଚର ଦିଆଯାଇଛି ।ଜିଓର ଏହି ଶସ୍ତା ଫୋନରେ ୩୨୦ × ୨୪୦ ପିକ୍ସେଲ ରିଜୋଲ୍ୟୁସନ ସହିତ ଏକ TFT ସ୍କ୍ରିନ୍ ଦିଆଯାଇଛି । ୩୦୦୦ ଟଙ୍କାରୁ ବି କମ୍ ଦାମରେ ଆସୁଥିବା ଏହି 4G ଫୋନରେ ୧୮୦୦ mAhର ପାଓ୍ଵାରଫୁଲ ବ୍ୟାଟେରୀ ଦିଆଯାଇଛି । ଏହି ଫୋନରେ ୨୩ଟି ଭାଷାର ସପୋର୍ଟ ଦିଆଯାଇଛି । ଏହାର ଅର୍ଥ ହେଉଛି ଆପଣ ନିଜ ମନ ପସନ୍ଦର ଭାଷାକୁ ବାଛି ଫୋନ୍ ଚଲାଇ ପାରିବେ । ଫୋନ ରିୟରରେ ଦିଆଯାଇଥିବା କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ୦.୩ ମେଗାପିକ୍ସେଲ କ୍ୟାମେରା ସେନ୍ସର ଦିଆଯାଇଛି । ଭିଡିଓ କଲିଂ ଏବଂ ଫଟୋଗ୍ରାଫି ପାଇଁ ଏହି ମୋବାଇଲର ଉଭୟ ପାର୍ଶ୍ୱରେ ଡିଜିଟାଲ କ୍ୟାମେରା ରହିଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post