ଦୁନିଆର ପ୍ରଥମ AI ସଫ୍ଟୱେୟାର ଇଞ୍ଜିନିୟର ଲଞ୍ଚ
ଦୁନିଆର ପ୍ରଥମ ଏଆଇ ସଫ୍ଟୱେୟାର ଇଞ୍ଜିନିୟର ଲଞ୍ଚ କରାଯାଇଛି । ଏହି ଏଆଇ ଟୁଲ୍ ଏତେ ସ୍ମାର୍ଟ ଯେ ଏହା କୋଡ୍ ଲେଖିପାରିବ । ଏହା ୱେବସାଇଟ୍ ଏବଂ ସଫ୍ଟୱେର୍ ସୃଷ୍ଟି କରିପାରିବ । ଟେକ୍ କମ୍ପାନୀ କଗ୍ନିସନ୍ ଦ୍ୱାରା ଏହା ସୃଷ୍ଟି କରାଯାଇଛି ।ଏହାର ନାମ ଡେଭିନ୍ ରଖାଯାଇଛି । ଆପଣ ଯାହା କହିବେ, ତାହା ଡେଭିନ କରିବ । କଗ୍ନିସନ୍ କହିଛି ଯେ, ଭବିଷ୍ୟତରେ ମାନବ ଇଞ୍ଜିନିୟରମାନଙ୍କ ଜାଗା ନେବା ପାଇଁ ଉଦ୍ଦେଶ୍ୟରେ ଡେଭିନକୁ ଡିଜାଇନ୍ କରାଯାଇ ନାହିଁ । ଏହା ମଣିଷମାନଙ୍କ ସହିତ ହାତ ମିଳାଇବା ପାଇଁ ଡିଜାଇନ୍ କରାଯାଇଛି । ମାନବ ଜୀବନକୁ ସହଜ କରିବା ପାଇଁ ଏହାର ପରିକଳ୍ପନା କରାଯାଇଛି ।କଗ୍ନିସନ୍ ଏକ୍ସରେ ପୋଷ୍ଟ କରି କହିଛି ଯେ, ‘ଆଜି ଆମେ ପ୍ରଥମ ଏଆଇ ସଫ୍ଟୱେୟାର ଇଞ୍ଜିନିୟର ଡେଭିନର ପରିଚିତ କରାଇବାକୁ ଉତ୍ସାହିତ । ଅଗ୍ରଣୀ ଏଆଇ କମ୍ପାନୀଗୁଡିକରେ ଡେଭିନ୍ ସଫଳତାର ସହିତ ପ୍ରାକ୍ଟିକାଲ ଇଞ୍ଜିନିୟରିଂ ଇଣ୍ଟରଭ୍ୟୁ ପାସ୍ କରିଛି । ଏହା ବାସ୍ତବରେ ଅପ୍ ୱାର୍କରେ ମଧ୍ୟ କାମ କରିଛି । ଡେଭିନ୍ ଏକ ସ୍ୱୟଂଶାସିତ ଏଜେଣ୍ଟ । ଏହା ନିଜସ୍ୱ ସେଲ୍, କୋଡ୍ ଏଡିଟର୍ ଏବଂ ୱେବ୍ ବ୍ରାଉଜର୍ ବ୍ୟବହାର କରି ଇଞ୍ଜିନିୟରିଂ କାର୍ଯ୍ୟ କରିଥାଏ ।