ଟ୍ରୁକଲ ଆଣିଲା ଏକ ନୂଆ AI ଫିଚର
ଟ୍ରୁକଲ ଆପ ଆମକୁ ସ୍ପାମ କଲ୍ସରୁ ରକ୍ଷା କରିଥାଏ । ବର୍ତ୍ତମାନ ଟ୍ରୁକଲରର ନିଜ ୟୁଜର୍ସଙ୍କ ପାଇଁ ଏକ ଭଲ ଏଆଇ ଫିଚର ଇଣ୍ଟ୍ରୋଡ୍ୟୁସ କରିଛି । ଏଥିପାଇଁ ଟ୍ରୁକଲରର ଆପ ମାଇକ୍ରୋସଫ୍ଟ ସହ ପାର୍ଟନରସିପ କରିଛି । ବର୍ତ୍ତମାନ ଟ୍ରୁକଲରର ୟୁଜର୍ସଙ୍କୁ କଲ୍ ଆଇଡେଣ୍ଟିଫିକେସନ ସହ ନିଜ ରେପ୍ଲିକା ଭଏସ ପିଚରରେ କନଭର୍ଟ କରିବାର ଫିଚର ମିଳିବ । ଟ୍ରୁକଲରର ଏହି ଫିଚରକୁ କିଛି ଦେଶରେ ହିଁ ରୋଲ ଆଉଟ କରାଯାଇଛି । ଖୁବଶିଘ୍ର ଏହାକୁ ଅନେକ ଦେଶରେ ମଧ୍ୟ ରୋଲ ଆଉଟ କରାଯିବ ଟ୍ରୁକଲରର କହିଛି ଯେ, Microsoft ର ପର୍ସନାଲ assistantକୁ ବ୍ୟବହାର କରି ୟୁଜର୍ସ ନିଜର ଭଏସକୁ ଡିଜିଟାଲୀ କନଭର୍ଟ କରିପାରିବ ।ଟ୍ରୁକଲରର ଏଆଇ ଆସିଷ୍ଟାଣ୍ଟକୁ ସେପ୍ଟେମ୍ବର ୨୦୨୨ରେ ଲଞ୍ଚ କରିଥିଲା । ଏହାପରେ କମ୍ପାନୀ ନିଜ ଚାଟବୋଟରେ ଅନେକ ଫିଚର୍ସ ଯୋଡିଛି, ଯେଉଁଥିରେ କଲ ସ୍କ୍ରିନିଂ, କଲ ରେସ୍ପଣ୍ଡ ଆଦି ସାମିଲ କରିଛି । AI assistant ୟୁଜର୍ସଙ୍କ ସ୍ୱରରେ କଲ ର ଉତ୍ତର ଦେଇପାରିବ । Microsoftର Azure AI ର ସ୍ପିଚ ଫଙ୍କସନ ସହାୟତାରେ ୟୁଜର୍ସ ନିଜ ସ୍ୱରକୁ ଟ୍ରୁ-କଲରର ଭଏସ ଆସିଷ୍ଟାଣ୍ଟ ତିଆରି କରିପାରେ ।ଟ୍ରୁକଲରର ପ୍ରଥମେ ନିଜ AI Voice Assistantରେ କେବଳ ସିମିତ ସ୍ୱରର ଅଫର କରୁଥିଲା କିନ୍ତୁ ମାଇକ୍ରୋସଫ୍ଟ ସହ ମିଶି ଏହାକୁ ଅପଗ୍ରେଟ କରିଦିଆଯାଇଛି । ଏହି କାରଣରୁ ବର୍ତ୍ତମାନ ୟୁଜର୍ସ ନିଜ ସ୍ୱରକୁ ଟ୍ରୁ କଲ ଆପର ଭଏସ ଆସିଷ୍ଟାଣ୍ଟ କରିପାରିବେ । ଏଥିରେ ଯଦି କୌଣସି କଲ କରିବେ ତେବେ ଏହାକୁ ୟୁଜର୍ସଙ୍କ ସ୍ୱରରେ ହିଁ ଉତ୍ତର ମିଳିବ ।