ଟଚ୍ ନ କରି ବି ଚାଲିବ ଫୋନ୍
ଆପଣ ନିଜ ଫୋନ୍କୁ ଟଚ୍ ନ କରି ବ୍ୟବହାର କରିବାକୁ ଚାହୁଁଛନ୍ତି କି? ତେବେ ଖୁବ୍ ସହଜରେ ଆପଣ ଏହା କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଏକ ଆପ୍ ଡାଉନଲୋଡ୍ କରିବାକୁ ହେବ । Spatial Touch ନାମକ ଏକ ଆପ୍ ରହିଛି ଯାହା ଆପଣଙ୍କୁ ଗେଶ୍ଚର ବେସଡ୍ ରିମୋଟ୍ କଣ୍ଟ୍ରୋଲ ଅଫର କରିଥାଏ । ଏହା ସାହାଯ୍ୟରେ ଆପଣ କିଛି ଦୂରରୁ ନିଜ ଫୋନ୍କୁ ନିୟନ୍ତ୍ରଣ କରିପାରିବେ । ଆପଣ ଏହା ସାହାଯ୍ୟରେ ୟୁଟ୍ୟୁବ୍, ସର୍ଟସ୍, ନେଟଫ୍ଲିକ୍ସ, ଡିଜନୀ ଇନଷ୍ଟାଗ୍ରାମ ଓ ଅନ୍ୟ ଆପ୍ସ ବ୍ୟବହାର କରିପାରିବେ ।ଆପଣ ଏହାର ଉପଯୋଗ ସେତେବେଳେ କରିପାରିବେ ଯେତେବେଳେ ଆପଣଙ୍କ ଫୋନ୍ ଆପଣଙ୍କ ଠାରୁ କିଛି ଦୂରରେ ରହିଛି କିମ୍ବା ଆପଣଙ୍କ ହାତ ଓଦା ରହିଛି କିମ୍ବା ଆପଣ ଫୋନ୍କୁ ଟଚ୍ କରି କଣ୍ଟ୍ରୋଲ କରିବା ଅବସ୍ଥାରେ ନାହାନ୍ତି ।ତେବେ ଏହାର ସମସ୍ତ ଫିଚର ବ୍ୟବହାର କରିବା ପାଇଁ ଆପଣଙ୍କୁ ଏହାର ପ୍ରୋ-ଭର୍ସନ ବ୍ୟବହାର କରିବାକୁ ହେବ ଯାହା ପେଡ୍ ଅଟେ । ଏହି ଆପ୍କୁ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିବାକୁ ହେବ । ଏହାପରେ ସେଟିଂସ୍ ପ୍ରକ୍ରିୟା ପୁରା କରିବାକୁ ହେବ । ତେବେ ଆପଣଙ୍କୁ ଏହି ଆପ୍କୁ କିଛି ପରମିଶନ ଦେବାକୁ ହେବ । ଏହି ଆପ୍ ଆପଣଙ୍କୁ କ୍ୟାମେରା, ଭିଡିଓ ଓ ଅନ୍ୟ କିଛି ଆକ୍ସେସିବିଲିଟିର ଅନୁମତି ମାଗିବ । ଏହି ଆପ୍ ବ୍ୟବହାର କରିବା ପାଇଁ ଆପଣଙ୍କୁ ଏହିସବୁ ଅନୁମତି ଦେବାକୁ ହେବ ।