ଜିଓ ଫାଇନାନସିଆଲ ସର୍ଭିସେଜ
ଜିଓ ଫାଇନାନସିଆଲ ସର୍ଭିସେଜ ନିଜ ବିବୃତ୍ତିରେ କହିଛି ଯେ, ଏହି ଆପ ଡିଜିଟାଲ ବ୍ୟାଙ୍କିଙ୍ଗ, ୟୁପିଆଇ ପେମେଣ୍ଟ, ବିଲ ପେମେଣ୍ଟ, ବୀମା ପରାମର୍ଶକୁ ଏକସାଙ୍ଗରେ ଆଣିଥାଏ । ଏଥିସହ ଏକ ଉପଭୋକ୍ତାଙ୍କୁ ସହଜ ଉପାୟରେ ବିଭିନ୍ନ ଆକାଉଣ୍ଟ ଏବଂ ସଞ୍ଚୟକୁ ଦେଖିବା ପାଇଁ ସୁବିଧା ପ୍ରଦାନ କରିଥାଏ ।Jio Financial Service ଆଗକୁ କହିଛି ଯେ, ଆଗାମୀ ଦିନ ମାନଙ୍କରେ JioFinance ଆପ ଜରିଆରେ ଲୋନ ସୁବିଧା, ମ୍ୟୁଚୁଆଲ ଫଣ୍ଡ ନିବେଶ ଉପରେ ଲୋନ ଭଳି ସୁବିଧାମାନ ମଧ୍ୟ ଯୋଡାଯିବ । ଏହି ଆପ ଜରିଆରେ ୟୁଜର୍ସ ଇନଷ୍ଟାଣ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଡିଜିଟାଲି ଓପନ କରିପାରେ । କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ, ଆମ ଲକ୍ଷ୍ୟ ଲୋନ, ନିବେଶ, ବୀମା, ପେମେଣ୍ଟ ଭଳି ଅନେକ ସର୍ଭିସକୁ ପ୍ରତି ବର୍ଗର ଲୋକଙ୍କ ପାଇଁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇବା ଏବଂ ଆର୍ଥିକ ସେବାମାନକୁ ସହଜରେ ଯୋଗାଇବା ।